ମାଲକାନଗିରି ଜିଲ୍ଲାରେ ଓଟିଇଟି ପରୀକ୍ଷା ଦେଲେ ୧୪୪୯ ଶିକ୍ଷକଶିକ୍ଷୟତ୍ରୀ

Sep 27, 2025 - 16:56
 0  57
ମାଲକାନଗିରି ଜିଲ୍ଲାରେ ଓଟିଇଟି ପରୀକ୍ଷା  ଦେଲେ ୧୪୪୯ ଶିକ୍ଷକଶିକ୍ଷୟତ୍ରୀ

ମାଲକାନଗିରି, ୨୭/୯/୨୫: ଆଜି ମାଲକାନାଗିରି ଜିଲ୍ଲାରେ ଓଟିଇଟି ପରୀକ୍ଷା ଆୟୋଜନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ କଟକଙ୍କ କାର୍ଯ୍ୟ ସୂଚୀ କ୍ରମେ ମାଲକାନାଗିରି ଜିଲ୍ଲାରେ ୫ ଗୋଟି କେନ୍ଦ୍ର ରେ ଏହି ପରୀକ୍ଷା ଆୟୋଜନ କରାଯାଇଛି । ଏହି ୫ ଟି କେନ୍ଦ୍ରରେ ସମସ୍ତ ବ୍ଲକ୍ ର ୧୪୪୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରୀକ୍ଷା ଦେଇଥିଲେ। ସୂଚନା ଯୋଗ୍ୟ ଏହି ପରୀକ୍ଷା ନିମନ୍ତେ ୧୫୧୯ ଜଣ ଆବେଦନ କରିଥିବା ବେଳେ ୭୦ ଜଣ ଆବେଦନକାରୀ ଅନୁପସ୍ଥିତ ଥିଲେ। ସମସ୍ତ ପରୀକ୍ଷା କେନ୍ଦ୍ର ରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ପର୍ଯ୍ୟବେକ୍ଷକ ନିୟୋଜିତ କରା ଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣିଗ୍ରାହୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପରୀକ୍ଷା ସଫଳତା ର ସହିତ ଆୟୋଜନ ହୋଇଥିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ