ମାନ୍ୟମକୋଣ୍ଡା ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sep 8, 2025 - 17:41
 0  40
ମାନ୍ୟମକୋଣ୍ଡା ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ମାଲକାନଗିରି, ୮/୯/୨୫ : ଆଜି କାଲିମେଳା ବ୍ଲକ୍ ମାନ୍ୟମକୋଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ  ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।      ଆଜି ମୋଟ ୭୭ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l  ସେଥି ମଧ୍ୟରୁ ୧୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୫୮ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ସେହିପରି ୧୨ ଗୋଟି ଜଙ୍ଗଲ ଜମି, ୧୨ ଗୋଟି ଜମିଜମା ସମ୍ବନ୍ଧୀୟ, ୩ ଗୋଟି ଚାକିରୀ, ଗୋଟିଏ ସ୍ବାସ୍ଥ୍ୟ କାର୍ଡ, ୨ ଗୋଟି ପାନୀୟ ଜଳ, ୨ ଗୋଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ୩ ଗୋଟି ଅଙ୍ଗନୱାଡି, ୬ ଗୋଟି ସାମାଜିକ ସୁରକ୍ଷା ପେନସନ ଏବଂ ୩୬ ଗୋଟି ରାସ୍ତା ଓ କୋଠାବାଡ଼ି ସମ୍ବନ୍ଧୀୟ ଅଭିଯୋଗର ଶୁଣାଣୀ ହୋଇଥିଲା। ଏହି ଶୁଣାଣୀରେ ରାସନ୍ କାର୍ଡ, ଶ୍ରମ କାର୍ଡ, ଆଧାର କାର୍ଡ ଅପଡେଟ, ଜଙ୍ଗଲ ଜମି ପଟ୍ଟା, ସାମାଜିକ ସୁରକ୍ଷା ପେନସନ, କୃଷକ ପଞ୍ଜୀକରଣ, ଆବାସ ଯୋଜନା ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ କ୍ୟାମ୍ପ କରାଯାଇ ଅନଲାଇନ୍ ସେବା ଯୋଗାଇ ଦିଆଯାଇଥିଲା। ଆଜିର ଶିବିରରେ ୪୪ ଜଣଙ୍କୁ ସାମାଜିକ ସୁରକ୍ଷା ପେନସନ ନିମନ୍ତେ ପଞ୍ଜୀକରଣ କରାଯାଇଥିବା ବେଳେ ୯୧ ଜଣ ଶ୍ରମିକ ଙ୍କୁ ଶ୍ରମ କାର୍ଡ ପ୍ରଦାନ କରାଯାଇଥିଲା । ୨୨୯ ଜଣ ନିର୍ମାଣ ଶ୍ରମିକଙ୍କୁ ୧, ୦୧,୫୬,୪୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ୨ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ମଞ୍ଜୁର କରିବା ପାଇଁ ନାମ ପଞ୍ଜୀକରଣ କରାଯାଇଥିଲା। ନୂତନ ଭାବେ ୮ ଜଣ ହିତାଧୀକାରୀଙ୍କର ରାସନ୍ କାର୍ଡ ନିମନ୍ତେ ନାମ ପଞ୍ଜିକରଣ କରାଯାଇଛି। ସେହିପରି ୩ ଜଣ କୃଷକଙ୍କ ନାମ ପଞ୍ଜିକରଣ ହୋଇଛି। ପାଞ୍ଚ ଜଣ ବ୍ୟକ୍ତିଙ୍କର ଆଧାର କାର୍ଡ ଅପଡେଟ କରାଯାଇଛି । ଜିଲ୍ଲାପାଳଙ୍କ ଏହି ଅଭିନବ ପ୍ରୟାସ ଯୋଗୁଁ ଅନେକ ଗ୍ରାମାଞ୍ଚଳ ହିତାଧୀକାରୀ ତୁରନ୍ତ ଅନଲାଇନ୍ ସେବା ପାଇ ଉପକୃତ ହୋଇ ପାରୁଛନ୍ତି। ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ବନଖଣ୍ଡ ଅଧିକାରୀ ସାଇ କିରଣ, ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ, ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କାଲିମେଳା ବିଡିଓ, ସହାୟକ ଜିଲ୍ଲାପାଳ ନିର୍ବାଚନ ଅଶୋକ ଚକ୍ରବର୍ତ୍ତୀଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ