ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳ ରେ "ସି ଏମ କିସାନ" ସହାୟତା ରାଶି ହସ୍ତାନ୍ତର

Aug 27, 2025 - 17:56
 0  57
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳ ରେ "ସି ଏମ କିସାନ" ସହାୟତା ରାଶି ହସ୍ତାନ୍ତର

ନବରଙ୍ଗପୁର,( ରଞ୍ଜିତ ନାୟକ) ତା:୨୭.୦୮.୨୦୨୫ ରିଖ: ଜିଲ୍ଲାର ଚାଷୀ ଙ୍କୁ ଡି ବି ଟି ମାଧ୍ୟମରେ "ସି ଏମ କିସାନ" ସହାୟତା ରାଶି ପ୍ରଦାନ ନବରଙ୍ଗପୁର ତା ୨୭.୮.୨୦୨୫: ରାଜ୍ୟର କୃଷକମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ‘ସିଏମ କିସାନ୍’ ଯୋଜନା ଅଧୀନରେ ରବି ୨୦୨୫-୨୬ ବର୍ଷ ପାଇଁ ସହାୟତା ଅର୍ଥରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଏହାର ସିଧା ପ୍ରସାରଣ କରାଯାଇଥିଲା ଏବଂ ଉପସ୍ଥିତ ହିତାଧିକାରୀ ଚାଷୀ ଯୋଡ଼ି ହୋଇ ଥିଲେ ! କୃଷିଭିତ୍ତିକ ଗଣପର୍ବ ନୂଆଖାଇର ଶୁଭ ଅବସରରେ ପ୍ରତ୍ୟେକ ହିତାଧିକାରୀ ଚାଷୀମାନଙ୍କ ଖାତାକୁ ଡି ବି ଟି ମାଧ୍ୟମରେ ୨୦୦୦ ଟଙ୍କା ଜମା କରାଗଲା !ରାଜ୍ୟରେ ପ୍ରାୟ ୫୧ ଲକ୍ଷ ରୁ ଅଧିକ ହିତାଧିକାରୀ ଚାଷୀଙ୍କ ଜମା ଖାତା କୁ ୧୦୪୧ କୋଟି ଟଙ୍କାରୁ ଉର୍ଦ୍ଧ ସହାୟତା ରାଶି ପ୍ରଦାନ କରାଯାଇଛି ! କ୍ଷୁଦ୍ର ଓ ନାମମାତ୍ର ଚାଷୀ,ଭୂମିହୀନ କୃଷକ ପରିବାର ଏବଂ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହଙ୍କ ସମେତ ସହରାଞ୍ଚଳ ଚାଷୀଙ୍କୁ "ସି ଏମ କିସାନ" ଯୋଜନା ରେ ଅନ୍ତର୍ଭୂକ୍ତ କରାଯାଇଥାଏ ! କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଆୟୋଜିତ ମିଶନ ଶକ୍ତି ସମ୍ମିଳନୀ ଗୃହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ଲୋକସଭା ସାଂସଦ ବଳଭଦ୍ର ମାଝି,ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝି ,ମାନ୍ୟବର ବିଧାୟକ କୋଟପାଡ଼ ରୁପୁ ଭତରା ଏବଂ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ବିଶ୍ୱଜିତ ବର୍ମନ ଉପସ୍ଥିତ ହୋଇ କାର୍ଯ୍ୟକ୍ରମର ଶୁଭାରମ୍ଭ ରେ ଯୋଗ ଦେବା ସହ କୃଷକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ! ଜିଲ୍ଲାରେ ମୋଟ ୧,୬୦,୪୫୩ ଜଣ ହିତାଧିକାରୀ ଚାଷୀ ଙ୍କ ଜମାଖାତା କୁ "ସି ଏମ କିସାନ" ଅର୍ଥ ରାଶି ପ୍ରଦାନ କରାଗଲା !ଏହି ସହାୟତା ଦ୍ୱାରା ଜିଲ୍ଲାର କୃଷକମାନେ ନୂତନ ଆଶା ଓ ଉତ୍ସାହ ସହିତ ଚାଷ କାର୍ଯ୍ୟରେ ଆଗେଇ ପାରିବେ ବୋଲି ଆଶା କରାଯାଉଛି ! ବୈଠକରେ ପ୍ରାୟ ୧୫୦ ଜଣ ହିତାଧିକାରୀ ଚାଷୀ ମାନଙ୍କ ସହ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ସୁଧୀର ରଞ୍ଜନ ବେହେରା, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ଡି ଏସ ଏସ ଓ ସୁଧାଂଶୁ ପାତ୍ର,କୃଷି ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ! ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ