ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାଏକଙ୍କ ନବରଙ୍ଗପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ : ସମୀକ୍ଷା ବୈଠକ ଅନୁଷ୍ଠିତ

Jul 20, 2025 - 18:15
 0  85
ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ  ଶ୍ରୀଯୁକ୍ତ ରବି ନାରାୟଣ ନାଏକଙ୍କ ନବରଙ୍ଗପୁର ଜିଲ୍ଲାକୁ  ଦୁଇ ଦିନିଆ ଗସ୍ତ : ସମୀକ୍ଷା ବୈଠକ ଅନୁଷ୍ଠିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୦.୦୭.୨୦୨୫ ରିଖ: ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଦୁଇ ଦିନିଆ ଗସ୍ତ ରେ ଆସି ବିଭିନ୍ନ ବିଭାଗର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ରେ ଯୋଗ ଦେଇ ଥିଲେ ! ଗତ କାଲି ୧୯.୦୭.୨୦୨୫ ରିଖ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ବିଭିନ୍ନ ବିଭାଗୀୟ ସମୀକ୍ଷା ବୈଠକ ର ଅଧ୍ୟକ୍ଷତା କରିଥିଲେ ! ବୈଠକରେ ମାନ୍ୟବର ବିଦ୍ୟାଳୟ ଓ ଗଣ ଶିକ୍ଷା ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ,ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ,ମାନ୍ୟବର ବିଧାୟକ ଝରି ଗାଁ ନରସିଂହ ଭତରା,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର,ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ଏବଂ ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ! ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଙ୍କ ସହିତ ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର ୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଉପସ୍ଥିତ ଥିଲେ !ପ୍ରଥମେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ସମସ୍ତଙ୍କୁ ସ୍ଵାଗତ କରିବା ସହ ସଭା ପରିଚାଳନା କରିଥିଲେ ! ମାନ୍ୟବର ମନ୍ତ୍ରୀ ଜିଲ୍ଲାରେ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିବାସହ ମୂଖ୍ୟତଃ ରାସ୍ତା, ପୋଳ ନିର୍ମାଣ,ପାନୀୟ ଜଳ,ମନରେଗା ଯୋଜନା, ହିତାଧିକାରୀଙ୍କୁ ଗୃହ ବଣ୍ଟନ କାର୍ଯ୍ଯ ର ଅଗ୍ରଗତି,ଜନଜାତି ଉନ୍ନୟନ,ଓର୍ମାସ ଦ୍ଵାରା ଜୀବିକା ନିର୍ବାହ ଉପରେ ବିଶେଷ ଭାବରେ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରଶ୍ନ ପଚାରିଥିଲେ ! ଆର୍ ଡବ୍ଲୁ ଏସ ଏସ ବିଭାଗଦ୍ଵାରା ଜିଲ୍ଲାର ସମସ୍ତଙ୍କୁ ପାଇପ ଯୋଗେ,ସୋଲାର ଦ୍ଵାରା, ନଳକୂପ ଦ୍ଵାରା ପ୍ରତ୍ୟେକ ପଞ୍ଚାୟତରେ ପାନୀୟ ଜଳ ସୁବିଧା ର ଅଗ୍ରଗତି ଉପରେ ବିଶେଷ ଗୁରୁତ୍ବ ଦେଇ ଲକ୍ଷ୍ୟଧାର୍ଯ୍ୟ କୁ ପୁରଣ କରିବାପାଇଁ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ! ସେଭଳି ଗମନାଗମନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାଓ ଅନ୍ୟ ଯୋଜନା ରେ ଗ୍ରାମାଞ୍ଚଳ ରାସ୍ତା ଓ ସେତୁ ନିର୍ମାଣ ଉପରେ ବିଶେଷ ଗୁରୁତ୍ବ ଦେଇ ଗ୍ରାମ୍ୟ ଉନ୍ନୟନ,ରାସ୍ତା ଓ ଗୃହ ନିର୍ମାଣ ବିଭାଗୀୟ ଅଧିକାରୀଙ୍କୁ ସ୍ଵମନୟ ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ !ଜିଲ୍ଲାରେ ହିତାଧିକାରୀଙ୍କୁ ଗୃହ ବଣ୍ଟନ କାର୍ଯ୍ୟକ୍ରମ ରେ ବିଶେଷ ଅଗ୍ରଗତି ହୋଇନଥିବା ଦେଖି କ୍ଷୋଭ ପ୍ରକାଶ କରିଥିଲେ ! ସୁଚନା ଅନୁସାରେ ୨୦୧୬-୧୭ ରୁ ୨୦୨୪-୨୫ ମଧ୍ୟରେ ୨୩,୨୩୪ ଟି ଗୃହ ନିର୍ମାଣ ଶେଷ ହୋଇପାରିନାହିଁ ! ଏହାର କାରଣ ହିତାଧିକାରୀ ମାନେ ନିଜର ଗୃହନିର୍ମାଣ ରେ ଆବଣ୍ଟିତ ଅର୍ଥକୁ ସଠିକ୍ ପରିଚାଳନା ନ କରିବା, ବାଲି ଓ ଅନ୍ୟାନ୍ୟ ଗୃହ ସାମଗ୍ରୀ ର ଉପଲବ୍ଧ ନ ହେବା ଉପରେ ବି ଡି ଓ ମାନେ କହିଥିଲେ !୨୦୨୪-୨୫ ରେ ୨୦୬୨ ଟି ଗୃହ ଆବଣ୍ଟନ ପ୍ରସ୍ତାବ ଗୃହୀତ ହୋଇ କାର୍ଯ୍ୟାଦେଶ ଦିଆଯାଇଛି !ସେଭଳି ୧୮.୦୭.୨୦୨୫ ସୁଦ୍ଧା ୧୮୯ ପଞ୍ଚାୟତରେ ୫୬୨ ଟି ଅମୃତ ସରୋବର ପ୍ରସ୍ତାବ ଗୃହୀତ ହୋଇ ୧୫୯ ଟି ର କାର୍ଯ୍ୟ ଆରମ୍ଭ ହୋଇଯାଇଛି ! ସେଭଳି ଓର୍ମାସ୍ ତରଫରୁ ବିଭିନ୍ନ ଜୀବିକା ନିର୍ବାହ ପାଇଁ ତାଲିମ ପ୍ରଦାନ ସହ ରାଜମିସ୍ତ୍ରୀ, ବଢ଼ାଇ,ଫିଟରଙ୍କୁ ପ୍ରଶିକ୍ଷଣ ପାଇଁ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ! ଉପସ୍ଥିତ ବିଧାୟକ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ର କାର୍ଯ୍ୟ ଅଧିକ ତ୍ୱରାନିତ କରିବାକୁ ଗୃହରେ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ ! ମାନ୍ୟବର ମନ୍ତ୍ରୀ ଅଧିକାରୀ ମାନଙ୍କୁ ଦାୟିତ୍ୱ ର ସହ ଲକ୍ଷ୍ୟ ପୁରଣ ଦିଗରେ କାର୍ଯ୍ୟ କରିବା ତଥା ନିଜର ଦୃଷ୍ଟିକୋଣକୁ ବିସ୍ତାର ପୂର୍ବକ ବିକଶିତ ଓଡ଼ିଶା ର ସ୍ବପ୍ନ ସହ ନବରଙ୍ଗପୁର ଜିଲ୍ଲା ଯେଭଳି ସମସ୍ତ କ୍ଷେତ୍ରରେ ପ୍ରଗତି କରୁ ତାହା ଦେଖିବାକୁ ଚାହୁଁଛନ୍ତି ବୋଲି କହିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ