ମାଧ୍ୟମିକ ଶିକ୍ଷକଙ୍କୁ ସଶକ୍ତ ଇଂରାଜୀ ଭାଷା ଶିକ୍ଷା ତାଲିମ
ବାରିପଦା ତା 23/11(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ଇଂରାଜୀ ଭାଷା ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାର 20ଜଣ କଳା ଓ 20ଜଣ ବିଜ୍ଞାନ ମୋଟ ୪୦ ଜଣ ମାଧ୍ୟମିକ ଶିକ୍ଷକଙ୍କୁ ୨ୟ ପର୍ଯ୍ୟାୟ ପ୍ରତକ୍ଷ୍ୟ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଶରତ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି. ଗତ ୧୭ ତାରିଖରେ ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଗୌତମ ପାତ୍ର ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିବା ବେଳେ ଜିଲ୍ଳା ବିଜ୍ଞାନ ସଂଯୋଜକ ଜ୍ଞାନରଞ୍ଜନ ଆଚାର୍ଯ୍ୟ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ. ଉଦଯାପନୀ ଉତ୍ସବରେ ଜିଲ୍ଳା ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ସେଠୀ ଯୋଗଦେଇ ଇଂରାଜୀ ପ୍ରତି ପିଲାମାନଙ୍କ ମନରୁ ଭୟ ଦୂର କରିବା ସହିତ ଏହିଭାଷା ପ୍ରତି ପିଲାମାନଙ୍କ ମନରେ ଆଗ୍ରହ ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ. ପ୍ରଶିକ୍ଷକ ଭାବରେ ବିବେକ କୁମାର ନାୟକ, ସୁବ୍ରତ କିଶୋର ଆଚାର୍ଯ୍ୟ, ସୁରେଶ କୁମାର ବେହେରା ଓ ଗାୟତ୍ରୀ ବେହେରା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିବା ବେଳେ ରାଜ୍ୟ ଇଂରାଜୀ ଭାଷା ପ୍ରତିଷ୍ଠାନ ତରଫରୁ ପର୍ଯ୍ୟବେକ୍ଷକ ଭାବରେ ଜୟଚନ୍ଦ୍ର ବେହେରାଙ୍କ ପ୍ରତକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ପରବର୍ତ୍ତୀ ସମୟରେ ବ୍ଲକ ସ୍ତରରେ ଶିକ୍ଷକ ମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯିବ ବୋଲି ଜଣାଯାଇଛି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0