ମାଧ୍ୟମ ପାଉଣ୍ଡସେନ ତରଫରୁ ପେଟାପଙ୍ଗା ପଞ୍ଚାୟତରେ ମହିଳା ଦିବସ ପାଳନ
ରାଇକିଆ ତାରିଖ:-୦୯/୦୩/୨୦୨୬-କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପଙ୍ଗା ପଞ୍ଚାୟତ ଠାରେ AWO international jermany Madhyam Foundation ତରଫରୁ ୮ ଟି ଗ୍ରାମରେ ୨୦୨୩ ମସିହା ଠାରୁ ବିଭିନ୍ନ ଉନ୍ନତିମୂଳକ କାର୍ଯ କରିଆସୁଛି । ଆଜି ମହିଳାମାନଙ୍କୁ ନେଇ ଅନ୍ତର୍ଜାତୀୟ ମହିଳା ଦିବସ ମହାଆଡମ୍ବରରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ମଲ୍ଲିକ ପ୍ରଦୀପ ପ୍ରଜ୍ଵଳନ କରି ଦିବସଟିକୁ ଉଦଘାଟନ କରିଥିଲେ । ମହିଳାମାନେ କିପରି ଆତ୍ମ ନିର୍ଭରଶୀଳ, ସଶକ୍ତିକରଣ ହେବେ ଏବଂ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଉଦବୋଧନ ପ୍ରଦାନ କରିଥିଲେ । ସେହିପରି ପେଟାପାଙ୍ଗା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରତିଭା ଦଣ୍ଡିଆ ମାଧ୍ୟମ ଫାଉଣ୍ଡେସନର କାର୍ଯକୁ ପ୍ରଶଂସା କରି ଲିଙ୍ଗଗତ ମତଭେଦ ନକରି ନିଜର ପୁଅ ଝିଅମାନଙ୍କୁ ସମାନ ଶିକ୍ଷା ପ୍ରଦାନ କରିବେ ସେ ସମ୍ପର୍କରେ ଉଦବୋଧନ ଦେଇଥିଲେ । ପେଟାପଙ୍ଗା ପଞ୍ଚାୟତର ଓଏଲମ, ଓ ଏମବିକେ ଦିଦି ସ୍ଵପ୍ନାରାଣୀ ପ୍ରଧାନ ଓଡ଼ିଶା ଜୀବିକା ମିଶନରେ ମହିଳାମାନଙ୍କ ପାଇଁ ଥିବା ଛାଡ଼ ଋଣ, ଯୋଜନା , ଖାଦ୍ୟ ପ୍ରକ୍ରିୟାକରଣ ଦଳଗତ ଭାବରେ କିପରି ପେଟାପାଙ୍ଗା ଗ୍ରୁପର ମା ମାନେ ଆର୍ଥିକ ଅଭିବୃଦ୍ଧି କରିପାରିବେ ସେ ସମ୍ପର୍କରେ ବୁଝାଇଥିଲେ । ଉପରୋକ୍ତ କାର୍ଯକ୍ରମକୁ ମାଧ୍ୟମ ଫାଉଣ୍ଡେସନର ପ୍ରୋଜେକ୍ଟ ଅଫିସର ନମିତା ପ୍ରଧାନ ଓ ସହକର୍ମୀମାନେ ପରିଚାଳନା କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0