।। ମାଟି ଲଗ୍ନl ସାହିତ୍ୟ ସଂସଦ ଆନୁକୁଲ୍ୟରେ ନବରଙ୍ଗପୁର ଜିଲ୍ଲାର ରକ୍ତ ତୀର୍ଥ ପାପଡାହାଣ୍ଡି ସହିଦ ମାଟିରେ ସ୍ମରଣେ କବି ଓ ଲେଖକ ସମ୍ମିଳନୀ ଅନୁଷ୍ଠିତ ।।

Nov 4, 2024 - 15:19
 0  133
।। ମାଟି ଲଗ୍ନl ସାହିତ୍ୟ ସଂସଦ ଆନୁକୁଲ୍ୟରେ ନବରଙ୍ଗପୁର ଜିଲ୍ଲାର ରକ୍ତ ତୀର୍ଥ ପାପଡାହାଣ୍ଡି ସହିଦ ମାଟିରେ ସ୍ମରଣେ କବି ଓ ଲେଖକ ସମ୍ମିଳନୀ ଅନୁଷ୍ଠିତ ।।

ନବରଙ୍ଗପୁର, ( ରଞ୍ଜିତ ନାୟକ ) ତା: ୦୪,୧୧,୨୦୨୪ ରିଖ ସମ୍ବର୍ଦ୍ଧିତ ସମ୍ମିଳନୀ ଓଡ଼ିଶା ସହିଦ ପରିବାର ର ରାଜ୍ଯ କାର୍ଯ୍ୟକାରୀ ସଭାପତି ମୁନା ତ୍ରିପାଠୀ ଙ୍କ ପୃଷ୍ଠପୋଷକତା ରେ ଅନୁଷ୍ଠିତ ହୋଇଯାଇଛି ! ରକ୍ତ ତୀର୍ଥ ପାପଡାହାଣ୍ଡି ସହିଦ ମାଟିରେ ଓଡିଶା ର ବିଭିନ୍ନ ଜିଲ୍ଲାରୁ ଲେଖକ ଲେଖିକା ଉପସ୍ଥିତ ରହି ପ୍ରଥମ ଥର ପାଇଁ ସହିଦ ମାନଙ୍କ ସ୍ମୃତିରେ ହୃଦୟସ୍ପର୍ଶୀ ସ୍ବରଚିତ କବିତା ପାଠ କରିଥିଲେ ! ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଉପସ୍ଥିତ ରହି ବିଭିନ୍ନ ସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ପ୍ରତିଭାବାନ ୧୩୦ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ! ଏଥିରେ ମାଟି ଲଗ୍ନl ସାହିତ୍ୟ ସଂସଦର ରାଜ୍ଯ ସଭାପତି କିଶୋର ଚନ୍ଦ୍ର ପ୍ରଧାନ ଉପଦେଷ୍ଟା ଡଃ କିଶୋର ଚନ୍ଦ୍ର ତ୍ରିପାଠୀ, ଉପଦେଷ୍ଟା ନରସିଂହ ପ୍ରସାଦ ନାୟକ,ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ପାଢି, ନବରଙ୍ଗପୁର ଜିଲ୍ଲାର ପରିଚାଳିକା ସ୍ଵର୍ଣ୍ଣଲତା ପଟ୍ଟନାୟକ,ଅଧ୍ୟାପିକା ଚନ୍ଦନା ମଲ୍ଲିକ,ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ,ସମ୍ପାଦକ ଜୟନ୍ତ ମହାଳିକ,ରାଷ୍ଟ୍ରୀୟ ସମ୍ପାଦକ ସମୀର କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ଗୋଦାବରିଶ ଦାସ, ଆଇନଜୀବୀ ରାମ ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ