ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
ନୂଆପଡା : ଖରିଆର ରୋଡ ସହରରେ ଥିବା ସମାଜ ସେବା ପାଇଁ ଅଗ୍ରଣୀ ''ପହଲ'' ସଂସ୍ଥା ଦ୍ୱାରା ସ୍ଥାନୀୟ ଗଣପତି ପେଲେସ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଚକ୍ଷୁ ଚିକିତ୍ସା ଶିବିର ରେ ମୋଟ 151 ରୋଗୀ ଙ୍କ ଚକ୍ଷୁ ପରୀକ୍ଷଣ କରାଯାଇଥିଲାବେଳେ ମୋତିୟା ବିନ୍ଦୁ 50 ଜଣ ରୋଗୀ ଅପରେସନ ପାଇଁ ଚୟନ କରାଯାଇଥିଲା l ପହଲ ସଂସ୍ଥା ର ସଂଯୋଜକ ରାକେଶ ଜୈନ ଅଧ୍ୟକ୍ଷତାରେ ଆୟୋଜିତ ଶିବିର ର ଶୁଭାରମ୍ଭ ଖରିଆର ରୋଡ ନଗର ଅଧ୍ୟକ୍ଷା ଡ଼. ସୋନିୟା ଗୋଲଡି ଅଗ୍ରୱାଲ ଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବାବେଳେ ସମ୍ମାନିତ ଅତିଥି ରୂପେ ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ମ୍ୟାନେଜର ଆର୍ଯ୍ୟ, ଚେମ୍ବର ଅଫ କୋମର୍ସ ର ଅଧକ୍ଷ ସନ୍ଦୀପ ଶର୍ମା, ଦିଲୀପ ସିଂ ଗାନ୍ଧୀ, ଡମରୁ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l ପହଲ ସଂସ୍ଥା ର ସଂଯୋଜକ ରାକେଶ ଜୈନ ଶିବିର ର ସମସ୍ତ ବିବରଣୀ ଦେବା ସହ ଏମ.ଜି.ଏମ ହସ୍ପିଟାଲ ରାୟପୁର ର ସହଯୋଗ ଦ୍ୱାରା ସ୍ଥାନୀୟ ଗଣପତି ପେଲେସ ଠାରେ ବିଶାଳ ମାଗଣା ଚକ୍ଷୁ ଶିବିର ର ଆୟୋଜନ କରାଯାଇଛି ବୋଲି ସୂଚନା ଦେଇଥିଲେ l ଶିବିର ରେ 50 ରୋଗୀ ମୋତିଆବିନ୍ଦୁ ଚିହ୍ନଟ ହୋଈଥିୟାବେଳେ 31 ରୋଗୀ ଅପରେସବ ପାଇଁ ଚିହ୍ନଟ ହୋଇଥିଲେ l ଯେଉଁ ରୋଗୀ ଆର୍ଥିକ ଅନଗ୍ରସର ହୋଇଥିବେ ତେବେ ସେହି ରୋଗୀଙ୍କ ପାଇଁ ଏମ.ଜି.ଏମ ହସ୍ପିଟାଲ ରାୟପୁର ଠାରେ ଅପରେସନ କରାଜିବା ସହ ନମ୍ବର ଵାଲା ଚଷମା, ଔଷଧ ମାଗଣା ମିଳିବା ସହ ରାୟପୁର ଯିବା ଆସିବା ରୋଗୀଙ୍କ ପାଇଁ ମାଗଣାରେ ବ୍ୟବସ୍ଥା କରାଯାଇଛି ବୋଲି ପହଲ ସଂସ୍ଥା ର ସଂଯୋଜକ ରାକେଶ ଜୈନ କହିଥିଲେ l ଉକ୍ତ ଶିବିରକୁ ସଫଳ କରିବା ପାଇଁ ସଂସ୍ଥାର ସଦସ୍ୟ ଶ୍ୟାମ କେଶରବାନୀ, ଗେଂଦଲାଲ ସାହୁ, ଭୋଜ ସାହୁ, ନନ୍ଦକଲାର, ରାକେଶ ଠାକୁର, କାଶୀ ମାଝୀ, ମୁଲଚାନ୍ଦ ସାହୁ, ଅଂକୁର ଜୈନ, ହଦ୍ଦା ନନ୍ଦ ସୁନା, ଅନନ୍ତ ଜୈନ, ଗଜେନ୍ଦ୍ର ସିହ୍ନା, ଲୋକେଶ ୟାଦବ ପ୍ରମୁଖ ଏହି ଶିବିରରେ ଯୋଗଦାନ ଦେଇ ସକ୍ରିୟ ଭୂମିକା ଗ୍ରହଣ କରି ଶିବିରକୁ ସଫଳ କରିଥିଲେ l ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0