ମାଁ ଲଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଥୁଆମୂଳ ରାମପୁର ଠାରେ ମିଲେଟ ଶକ୍ତି ଟିଫିନ ସେଣ୍ଟର ଉଦ୍ଦାଘାଟିତ

Mar 18, 2026 - 06:05
 0  3
ମାଁ ଲଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଥୁଆମୂଳ ରାମପୁର ଠାରେ ମିଲେଟ ଶକ୍ତି ଟିଫିନ ସେଣ୍ଟର ଉଦ୍ଦାଘାଟିତ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ରେ ମହିଳା ଆଗକୁ ପଡିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ କରିବାକୁ ଆରମ୍ଭ କଲେ l ମହିଳା ମାନେ ନିଜେ ସ୍ୱମ୍ବଳମ୍ବି ହେବା ସହ ପରିବାର କୁ କିଛି ଆର୍ଥିକ ସହାୟତା ର ସାହାଯ୍ୟ କରିବାକୁ ଆଗେଇଛନ୍ତିl ସରକାର ମହିଳା ପାଇଁ ଅନେକ ପ୍ରକାର ଯୋଜନା ଯୋଗାଇ ଦେଉଛି l ସେହିପରି ଆଜି ଏକ ମାଁ ଲଷ୍ମୀମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନୂତନ ମିଲେଟ ଶକ୍ତି ଟିଫିନ ସେଣ୍ଟର ଉଦ୍ଦାଘାଟିତ ହୋଇ ଯାଇଛି l ଏଥିରେ ଦଶ ଜଣ ମହିଳା ଥିବା ବେଳେ ସଭାପତି ସାକାର ମାଝୀ,ସମ୍ପାଦକ ସଂଯୁକ୍ତା ନାଏକ,ସଦସ୍ୟମାନେ ହେଲେ ଫୁଲମଣୀ ନାଏକ, ରଞ୍ଚନୀ ମାଝୀ, ନନ୍ଦିନୀ ମାଝୀ, କଳ୍ପନା ମାଝୀ, ଲଷ୍ମୀ ମାଝୀ, ସୁଶୀଳା ମାଝୀ, ଥୁଆମୂଳ ରାମପୁର ପଞ୍ଚାୟତ ସମିତି ତଥା ସଦସ୍ୟ ପୁଷ୍ପାଞ୍ଜଳୀ ନାଏକ, ଥୁଆମୂଳ ରାମପୁର ପଞ୍ଚାୟତ ସରପଞ୍ଚ ତଥା ସଦସ୍ୟ ବିଜୟା ମାଝୀ ଉପସ୍ଥିତ ଥିବା ସହ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଉଦ୍ଦାଘାଟନ କରି ଶୁଭରମ୍ଭ କରିଥିଲେ l ଉକ୍ତ ଟିଫିନ ସେଣ୍ଟର ରେ ମାଣ୍ଡିଆ ତିଆରି ପିଠା, ପୁରୀ, ଯାଉ, ପକୋଡ଼ି ମିଳିବ l ମାଣ୍ଡିଆରେ ତିଆରି ହୋଇ ଥିବା ସିଝା ଖାଦ୍ୟ ଶରୀର ପାଇଁ ଲାଭ ଦାୟକ ହେବ l ସେଥିପାଇଁ ଏହି ମିଲେଟ ଶକ୍ତି ଟିଫିନ ସେଣ୍ଟର କୁ ଥରେ ଯାଇ ସ୍ୱାଦ ଚାଖି ନିଅନ୍ତୁ ବନ୍ଧୁଗଣ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ