ମାଁ ମାଣିକେଶ୍ବରୀ ପ. ସ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ 27ତମ ବାର୍ଷିକ କ୍ରୀଡା ଉତ୍ସବ2025 ଉଦ୍ଧଯାପିତ

Dec 21, 2025 - 07:47
 0  65
ମାଁ ମାଣିକେଶ୍ବରୀ ପ. ସ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ 27ତମ ବାର୍ଷିକ କ୍ରୀଡା ଉତ୍ସବ2025 ଉଦ୍ଧଯାପିତ

କଳାହାଣ୍ଡି ଜିଲ୍ଲା:-ତା-୨୧/୧୨/୨୫ (ଫାଷ୍ଟ୍ ନ୍ୟୁଜ୍ ଓଡିଶା) ଥୁଆମୂଳ ରାମପୁର ବ୍ଲକର ସ୍ଥାନୀୟ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ତା 20/12/2025ରିଖ ଖେଳ ପଡିଆରେ 27ତମ ବାର୍ଷିକ କ୍ରୀଡା ଉତ୍ସବ 2025 ଉଦ୍ଧଯାପିତ l ଏଥିରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ,ଥୁଆମୂଳ ରାମପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଶାଖା ପରିଚାଳଖ ଜୟ କୃଷ୍ଣ ମେହେର, ଶମ୍ବୁ ନାଥ ସ୍ୱାଇଁ ଫିଲଡ ଅଫିସର,ସରକାରୀ ସ୍ନାତକ ମହାବିଦ୍ୟାଳୟର ବିରଞ୍ଚି ନାଏକ, ସମୀର ସାହୁ, ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛେନା,ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଶହ ଶହ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ l ଗତ ତା 18/12/2025 ଠାରୁ 20/12/2025ରିଖ ପର୍ଯ୍ୟନ୍ତ ତିନି ଦିନ ଧରି କ୍ରୀଡା କାର୍ଯ୍ୟକ୍ରମରେ 18ଗୋଟି ଯାହା କି 100ମିଟର, 500ମିଟର ଦୌଡ଼, କବାଡି, ସର୍ଟପୁଟ, ଭୋଳି ବଳ ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା l ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ଭାଗ ନେଇ ପ୍ରଥମ, ଦ୍ଵିତୀୟ, ତୃତୀୟ, ବିଜୟୀ ହୋଇ ଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ଗଣ ପୁରସ୍କାର ପ୍ରଦାନ କରି ଥିଲେ l କ୍ରୀଡା କରିବା ଦ୍ୱାରା ମଣିଷର ମାନସିକ, ଶାରୀରିକ ଭଲ ରହିବା ସହ ଦେହ ସୁସ୍ଥ ରହିବ ବୋଲି ଅତିଥି ଛାତ୍ର ଛାତ୍ରୀ ଙ୍କୁ ବାର୍ତ୍ତା ଦେଇଥିଲେ l ମୁଖ୍ୟ ଅତିଥି ମୋବାଇଲ କମ ପରିମାଣ ରେ ବ୍ୟବହାର କର ବୋଲି ମଧ୍ୟ ଉପଦେଶ ଦେଇଥିଲେ l କାର୍ଯ୍ୟକ୍ରମଟି ଶାନ୍ତି ଶୃଙ୍ଖଳା ଭାବରେ ସମାପନ ହୋଇ ଥିଲା l କଳାହାଣ୍ଡି ଜିଲ୍ଲା ରୁ ଅଫିସ ଷ୍ଟାପ ମକୁନ୍ଦ ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ