।। ମାଁ ଡୋକରୀ ଦେବୀ ମନ୍ଦିର ରେ ଦଶହରା କଲେ ଗ୍ରାମ ବାସୀ ।।

Oct 17, 2024 - 06:15
 0  78
।। ମାଁ ଡୋକରୀ ଦେବୀ ମନ୍ଦିର ରେ ଦଶହରା କଲେ ଗ୍ରାମ ବାସୀ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମ ରେ ମାଁ ଡୋକରୀ ଦେବୀଙ୍କ ଦଶହରା ଆଜି ତା 16/10/2024 ରିଖ ବୁଧବାର ପାଳିତ କଲେ ଗ୍ରାମ ବାସୀ l ଏହା ମାଁ ଡୋକରୀ ପୂଜା କମିଟି ଆୟୋଜନ କରିଥିବାବେଳେ ଗ୍ରାମ ବାସୀ ସହଯୋଗ କରିଥିଲେ l ଉକ୍ତ ଦଶହରା ରେ ମାନସିକତା ଥିବା ଭକ୍ତ ମାନେ ନିଜ ନିଜ କାର୍ଯ୍ୟ ସିଦ୍ଧି ପରେ ନଡ଼ିଆ, କୁକୁଡ଼ା, ପରା, ହଂସ, ଛେଳି ଭୋଳି ଅନେକ ବୋଳି ଦେଇଥିବା ଦେଖିବାକୁ ମିଳିଛି l ଏହି ମନ୍ଦିର କୁ ବହୁତ ଦୂରଦୂରାନ୍ତ ର ଭକ୍ତ ଦର୍ଶନ କରିବା ନିଜ ନିଜ ଦୁଃଖ, କଷ୍ଟ,ଯନ୍ତ୍ରଣାଦୂର କରିବା ସହ କାର୍ଯ୍ୟ ପ୍ରତି ଯାହା ବାଧା ହୁଏ ତାହା ନେଇ ମନ୍ଦିରକୁ ଯାଇ ମାନସିକ କରିଥାନ୍ତିl ଏଥିରେ ଶହ ଶହ ଭକ୍ତ ମାନଙ୍କ ଭିଡ଼ ଜମିଥିଲେ lମନ୍ଦିର ରେ ପୂଜାରୀ ଶ୍ରୀ ବନ ପୂଜାରୀ ସହ ସହଯୋଗୀ ଦୈତାରୀ ଗୌଡ଼, ଖଗେଶ୍ୱର ସାହୁ, ରୁଷି ଗୌଡ଼, ଗ୍ରାମ ଢଙ୍ଗଡ଼ା ମାଜି ସହ ଦେବୀ ସେବକ ସୁବାସ ଚନ୍ଦ୍ର ନାଏକ ସହଯୋଗ କରିଥିଲେ l ମନରଞ୍ଜନ ପାଇଁ ରାତି ରେ ସାଂକୃତିକ ନାଟକ ହୋଇ ଥିଲା l ଶାନ୍ତି ଶୃଙ୍ଖଳା ରେ ପୂଜା ଅର୍ଚନା କରି ନିଜ ନିଜ ଘରକୁ ଭକ୍ତ ମାନେ ବାହୁଡ଼ି ଥିଲେ l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ