।। ମା 'ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ଦୀପାବଳି ଉପଲକ୍ଷେ ଦୀପଦାନ ସହ ପ୍ରସାଦ ବଣ୍ଟନ ।।

Nov 1, 2024 - 19:51
 0  13
।। ମା 'ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ଦୀପାବଳି ଉପଲକ୍ଷେ ଦୀପଦାନ ସହ ପ୍ରସାଦ ବଣ୍ଟନ  ।।

କନ୍ଧମାଳ :(ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ମନ୍ଦିର ଚତୁଃପାର୍ଶ୍ଵ ରେ ଥିବା ସମସ୍ତ ବ୍ୟବସାୟୀ ବନ୍ଧୁ ମାନେ ଏକତ୍ରିତ ହୋଇ ମା 'ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରଥମ ଥର ପାଇଁ ଶ୍ୟାମା କାଳୀ ପୂଜା ଓ ଦୀପାବଳି ଉତ୍ସବ ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟାରେ ସମସ୍ତ ବ୍ୟବସାୟୀ ବନ୍ଧୁ ମା' ପାଟଖଣ୍ଡାଙ୍କ ନିକଟକୁ ଯାଇ ସେଠାରେ ଦୀପ ଲଗାଇ ପ୍ରସାଦ କୁ ପୂଜାର୍ଚନା କରିବା ପରେ ସମଗ୍ର ମାର୍କେଟରେ ନିଜ ନିଜ ଦୋକାନ ସମ୍ମୁଖରେ ଦୀପ ଲଗାଇବା ସହ ପ୍ରସାଦ ବଣ୍ଟନ କରାଯାଇଥିଲା l ଏହି ଅବସରରେ ଏଥିରେ ମାର୍କେଟ ସଂଘର ସତ୍ୟ ନାରାୟଣ ପାଢ଼ୀ, କାଳିନ୍ଦୀ ଚରଣ ପଣ୍ଡା, ପୁରୁଷୋତ୍ତମ ଡାକୁଆ, ପଦ୍ମନାଭ ପାଣିଗ୍ରାହୀ, ମନୋରଞ୍ଜନ ମହାପାତ୍ର, ସୁଶାନ୍ତ କୁମାର ପାଣିଗ୍ରାହୀ, ଧର୍ମେନ୍ଦ୍ର ପାଣିଗ୍ରାହୀ, ଆନନ୍ଦ ଦାସ ଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ