।। ମା ' ତାରିଣୀ ଓଡ଼ିଆ ସେବାଟ୍ରଷ୍ଟର ବାଙ୍ଗାଲୋର ନୂତନ ଅଫିସ କାର୍ଯ୍ୟାଳୟ ଉଦଘାଟନ ।।

Nov 2, 2024 - 06:54
 0  18
।। ମା ' ତାରିଣୀ ଓଡ଼ିଆ ସେବାଟ୍ରଷ୍ଟର ବାଙ୍ଗାଲୋର ନୂତନ ଅଫିସ କାର୍ଯ୍ୟାଳୟ ଉଦଘାଟନ ।।

ପ୍ରବାସୀ ଓଡ଼ିଆ ମାନଙ୍କ ସୁଖ ଦୁଃଖରେ ଛିଡା ହେବା ଲାଗି ଓଡ଼ିଆ ଯୁବକଙ୍କ ମିଳିତ ଉଦ୍ୟମରେ ବାଙ୍ଗାଲୋର ସହରରେ ଗଢି ଉଠିଥିଲା ମା ତାରିଣୀ ଓଡ଼ିଆ ସେବାଟ୍ରଷ୍ଟ। ମାତ୍ର ଅଳ୍ପ କିଛି ଦିନ ଭିତରେ ସମସ୍ତ ପ୍ରକାର ବାଧା ବିଘ୍ନକୁ ଅତିକ୍ରମକରି ଚର୍ଚ୍ଚାସୃଷ୍ଟି କରିପାରିଛି।ତେବେ ସମସ୍ତ ପ୍ରବାସୀ ଓଡ଼ିଆ ମାନଙ୍କ ଆପତ୍ତି ଅଭିଯୋଗ ଶୁଣିବା ଲାଗି ପବିତ୍ର କାଳୀ ପୂଜାରେ ବଙ୍ଗାଲୋର କୁଡୁଲୀ ମେନ ରୋଡ ଠାରେ ମା ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ ବଙ୍ଗାଲୋର ନାମରେ ଏକ ଅଫିସ କାର୍ଯ୍ୟାଳୟ ଉଦଘାଟନ ହୋଇଛି।ଉକ୍ତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଇକ୍ରୋ ସଫଟ ସି. ଏ କୁମାର ମହାନ୍ତି ମୋହଦୟ ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଟ ସମାଜ ସେବୀ ପ୍ରକାଶ ପାଲଟା ସିଂ ଯୋଗ ଦେଇଥିଲେ। ଉଦ୍ଘାଟନୀ ଉତ୍ସବକୁ ପରିଚାଳନା କରିଥିଲେ ଟ୍ରଷ୍ଟ ସଭାପତି ଧନେଶ୍ୱର ମହାନ୍ତି, ସମ୍ପାଦକ ସନ୍ତୋଷ କୁମାର ବିଶ୍ୱାଳ, କୋସାଧକ୍ଷା ଈଶ୍ୱର କୁମାର ଜେନା। ଏବଂ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ରତିକାନ୍ତ ବେହେରା, ରାମଚନ୍ଦ୍ର ବାରିକ, ସୌରବ କୁମାର, ଜିତେନ୍ଦ୍ର ସାହୁ ପ୍ରମୁଖ ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ