।। ମନ୍ତ୍ରୀ ରାଜେନ୍ଦ୍ର ଢୋଲଜିଆଙ୍କୁ ବିଜୁ ପରିବାରର, ନୂଆପଡା ନିର୍ବାଚନ ମଣ୍ଡଳୀରେ ତିବ୍ର ବିରୋଧରେ ସାମ୍ବାଦିକ ସମ୍ମିଳନୀ

Mar 9, 2024 - 23:00
 0  69
।। ମନ୍ତ୍ରୀ ରାଜେନ୍ଦ୍ର ଢୋଲଜିଆଙ୍କୁ ବିଜୁ ପରିବାରର, ନୂଆପଡା ନିର୍ବାଚନ ମଣ୍ଡଳୀରେ ତିବ୍ର ବିରୋଧରେ ସାମ୍ବାଦିକ ସମ୍ମିଳନୀ

ନୂଆପଡା- ଆଜି ବିଜୁ ପରିବାର ନୂଆପଡା ନିର୍ବାଚନ ମଣ୍ଡଳୀର ବରିଷ୍ଠ କାର୍ଯ୍ୟକର୍ତା ମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲଜିଆ ଙ୍କୁ ୨୦୨୪ ନିର୍ବାଚନରେ ଟିକଟ ନ ଦେବା ପାଇଁ ତଥା ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ଟିକଟ ନ ଦେବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଜିଲ୍ଲା ବିଜୁ ଜନତା ଦଳ ଓଡିଶା ରାଜ୍ୟ ସମ୍ପାଦକ ସରୋଜ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜୁ ଜନତା ଦଳ ସଭାପତି ମନୋଜ ମିଶ୍ର, ବିଜୁ ଯୁବ ଜନତା ଦଳ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ବିଜୁ ଜନତା ଦଳର ବରିଷ୍ଟ ମହିଳା ନେତ୍ରୀ ସରୋଜିନୀ ମାଝୀ, ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ୟକତା ଜିଲ୍ଲାପରିଷଦ ସଦସ୍ୟ ତଥା ଆଦିବାସୀ ନେତା ଭାନୁ ପ୍ରତାପ ମାଝୀ, ବିଜୁ ଜନତା ଦଳର ସଂସ୍ଥାପକ ମେମ୍ବର ବିହାରିଲାଲ ବିଶ୍ବାଳ, ବିଜୁ ଜନତା ଦଳ ଜିଲ୍ଲା ସମ୍ପାଦକ ସୁଧିର ମିଶ୍ର, ବିଜୁ ଜନତା ଦଳ ସମ୍ପାଦକ ହେମନ୍ତ କର, ବରିଷ୍ଠ ଆଡଭୋକେଟ ଅଶୋକ ଦେବାଙ୍ଗନ, ନୂଆପଡା ସରପଞ୍ଚ ସଙ୍ଘର ସଭାପତି ପ୍ରେମ ଲାଲ ନାଏକ, ସରପଞ୍ଚ ବିରାଟ ବାଗ, ସରପଞ୍ଚ ଟିକେରାମ ସାହୁ ଏବଂ ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି ମନ୍ତ୍ରୀ ଢୋଲକିଆଙ୍କ ବିରୁଦ୍ଧରେ ଏବଂ ଏକଛତ୍ରବାଦ କାର୍ଯ୍ୟକଳାପକୁ ନେଇ ସାମ୍ବାଦିକ ସମ୍ବିଳନୀରେ ବିଜେଡି ପରିବାରର ଅନେକ ତଥ୍ୟ କୁ ନେଇ ସମ୍ବିଳନୀରେ ଗର୍ଜିଥିଲେ l ସାମ୍ବାଦିକ ସମ୍ବିଳନୀରେ ବରିଷ୍ଠ ନେତାମାନେ ନିଜ ମତ ରଖିଥିଲାବେଳେ ମନ୍ତ୍ରୀ ଢୋଲକିଆକୁ ୨୦୨୪ ନିର୍ବାଚନରେ ଟିକଟ ନଦେବା ତଥା ତାଙ୍କ ପୁତ୍ର ଜୟ ଢୋଲକିଆଙ୍କୁ ଟିକେଟ ନଦେବା ପାଇଁ ଯୁକ୍ତି ବାଢିଥିଲେ । ଯଦି ବିଜୁପରିବାର ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ ଦିଅନ୍ତି ତାହେଲେ ବିଜୁ ପରିବାର ନୂଆପଡାର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତା ମାନେ ସାମୁହିକ ଭାବେ ବିଜୁ ଜନତା ଦଳରୁ ଇସ୍ତଫା ଦେବେ ବୋଲି ସମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଚେତାବନୀ ଦେଇଥିବା ବେଳେ ଢୋଲକିଆ ପରିବାର ଙ୍କ ସଦସ୍ୟ ଛାଡି ଅନ୍ୟ ଯେକୌଣସି ବରିଷ୍ଠ ନେତାଙ୍କୁ ଜିଲ୍ଲାରେ ଟିକେଟ ପ୍ରଦାନ କଲେ ତାଙ୍କୁ ଆଖିବୁଜି ସମର୍ଥନ ଜଣାଇବୁ ବୋଲି ସମ୍ମିଳନୀରେ କହିଛନ୍ତି l

ନୂଆପଦରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ