ମଧ୍ୟାହ୍ନ ଭୋଜନର ମାନ ପରଖିଲେ ଜିଲ୍ଲାପାଳ

Sep 1, 2025 - 17:38
 0  34
ମଧ୍ୟାହ୍ନ ଭୋଜନର ମାନ ପରଖିଲେ ଜିଲ୍ଲାପାଳ

ମାଲକାନଗିରି, ୧/୯/୨୫: ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜିଲ୍ଲାରେ ମଧ୍ୟାହ୍ନ ଭୋଜନରେ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣୀ ପରେ ଜିଲ୍ଲାପାଳ ନିଜେ ପଦ୍ମଗିରି ଏସଏସଡି ଉଚ୍ଚ ବିଦ୍ୟାଳୟ ଗସ୍ତ କରି ମଧ୍ୟାହ୍ନ ଭୋଜନର ମାନ ପରଖିଛନ୍ତି । ଏହି ଅବସରରେ ପାଠପଢା କେମିତି ଚାଲିଛି ପଚାରି ବୁଝିଥିଲେ ଜିଲ୍ଲାପାଳ। ପିଲାଙ୍କ ସୁବିଧା ଅସୁବିଧା ବୁଝିଥିଲେ । ସେହିପରି ଉକ୍ତ ସ୍କୁଲର ଭିତ୍ତିଭୂମି ପରିଦର୍ଶନ କରିବା ସହ ଉନ୍ନୟନ କାମ ବୁଲି ଦେଖିଥିଲେ ଜିଲ୍ଲାପାଳ। ଛାତ୍ରଛାତ୍ରୀଙ୍କୁ ଉତ୍ତମ ଗୁଣବତ୍ତା ସମ୍ପନ୍ନ ଖାଦ୍ୟ ପରଷିବା ପାଇଁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏବେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଉପଖଣ୍ଡ ସ୍ତରୀୟ ଅଧିକାରୀ ମାନେ ମଧ୍ୟାହ୍ନ ଭୋଜନ ର ଗୁଣବତ୍ତା, ମାନ ଓ ସ୍ଵାଦ ଚାଖିବେ। ମୁଖ୍ୟତଃ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ପରେ ନିକଟସ୍ଥ ସମସ୍ତ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନର ସ୍ଵାଦ ଚାଖିବେ ଅଧିକାରୀ ମାନେ। ଆଜି ପଦ୍ମଗିରି ପଞ୍ଚାୟତରେ ଅଭିଯୋଗ ଶୁଣାଣୀ ପରେ ସମସ୍ତ ଅଧିକାରୀ ମାନେ ବିଭିନ୍ନ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନରେ ପିଲା ମାନଙ୍କ ସହିତ ମିଶି ମଧ୍ୟାହ୍ନ ଭୋଜନର ମାନ ପରଖି ଥିଲେ। ଆରକ୍ଷୀ ଅଧିକ୍ଷକ ଖରାପଲ୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉପ ଜିଲ୍ଲପାଳ ତଳସାହି ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଚାଖି ଥିଲେ। ପଞ୍ଚାୟତର ନିକଟସ୍ଥ ଅନ୍ୟାନ୍ୟ ବିଦ୍ୟାଳୟ ଯଥା ସିନ୍ଧରୀମାଲ, ବାଂଟିଗୁଡା, ଜଦୁଗୁଡା, ବିଲାପାରି ଇତ୍ୟାଦି ବିଦ୍ୟାଳୟରେ ଅଧିକାରୀ ମାନେ ମଧ୍ୟାହ୍ନ ଭୋଜନ ର ସ୍ଵାଦ ଚାଖିଥିଲେ। ଆସନ୍ତା ଦିନ ଗୁଡିକରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ର ସ୍ଵାଦ ଓ ମାନ ସୁନିଶ୍ଚିତ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣଗ୍ରାହୀ ସୂଚନା ଦେଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ