ମଧୁବନ ମିନି ଷ୍ଟାଡିୟମର ହେବ ଉନ୍ନତିକରଣ ବିଧାୟକ ଓ ନଗରପାଳ କଲେ ସ୍ଥିତି ଅନୁଧ୍ୟାନ ରୂପରେଖ ପରିବର୍ତ୍ତନ ନେଇ ଡିପିଆର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ

Nov 22, 2025 - 20:25
 0  5
ମଧୁବନ ମିନି ଷ୍ଟାଡିୟମର ହେବ ଉନ୍ନତିକରଣ ବିଧାୟକ ଓ ନଗରପାଳ କଲେ ସ୍ଥିତି ଅନୁଧ୍ୟାନ ରୂପରେଖ ପରିବର୍ତ୍ତନ ନେଇ ଡିପିଆର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ

ବାରିପଦା ତା 22/11(ଫାଷ୍ଟ୍ ନ୍ୟୁଜ ଓଡ଼ିଶା) ବାରିପଦା ପୋୖରପାଳିକା ଅନ୍ତର୍ଗତ ମଧୁବନ ମିନି ଷ୍ଟାଡିୟମର ଉନ୍ନତିକରଣ କାର୍ଯ୍ୟ ହେବାକୁ ଯାଉଛି. ଏନେଇ ବାରିପଦା ବିଧାୟକ ପ୍ରକାଶ ସୋରେନ ଏବଂ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶନିବାର ମିନି ଷ୍ଟାଡିୟମ ଅନୁଧ୍ୟାନ କରିଛନ୍ତି. ଉକ୍ତ ଷ୍ଟାଡିୟମ ବାରିପଦା ପୋୖରପାଳିକାର ଏକ ପ୍ରମୁଖ ଷ୍ଟାଡିୟମ ହୋଇଥିବା ବେଳେ, ନିୟମିତ ଭାବେ ଖେଳାଳି ମାନେ କ୍ରୀଡା ଅଭ୍ୟାସ କରିଥାନ୍ତି. ଏଥି ସହିତ ମହିଳା ଓ ପୁରୁଷ ମାନଙ୍କ ପ୍ରାତଃ ଓ ସନ୍ଧ୍ୟା ଭ୍ରମଣ ପାଇଁ ନିଭର୍ର କରନ୍ତି. ବର୍ତ୍ତମାନ ମିନି ଷ୍ଟାଡିୟମ ପରିସରରେ ଅନେକ ସମସ୍ୟା ଥିବା ବେଳେ ଏହାର ସମାଧାନ ନେଇ ମିଳିତ ଭାବେ ସ୍ଥିତି ଅନୁଧ୍ୟାନ କରିଛନ୍ତି. ମିନି ଷ୍ଟାଡିୟମ ପରିସରରେ ବର୍ଷା ଦିନରେ ବର୍ଷା ପାଣି ଜମି ରହୁଥିବା ବେଳେ ଏହାର ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା କରିବା, ପଡ଼ିଆରେ ମାଟି ପକାଇ ଲେଭଲିଂ କରିବା, ମହିଳା ଓ ପୁରୁଷ ଶୌଚଳୟ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ଚତୁପାର୍ଶ୍ଵରେ ଲାଇଟ ଲଗାଇ ଆଲୋକିକରଣ ବ୍ୟବସ୍ଥା, ପାଚେରୀର ମରାମତି କରିବା, ନୂତନ କ୍ରିକେଟ ପିଚ ନିର୍ମାଣ କରିବା ଏବଂ ଗ୍ୟାଲେରୀର ଉନ୍ନତି କରଣ କରିବା ଆଦି କାର୍ଯ୍ୟ କରିବା ନେଇ ନିଷ୍ପତ୍ତି ହୋଇଛି. ଏନେଇ ଯାଞ୍ଚ କରି ଡିପିଆର ପ୍ରସ୍ତୁତ କରିବାକୁ ପୋୖର ସହକାରୀ ଯନ୍ତ୍ରୀ ଦେବାଶିଷ ସ୍ୱାଇଁଙ୍କୁ ନିର୍ଦ୍ଦେଶ ଦିଆଯାଇଛି. ଉନ୍ନତିକରଣ କାର୍ଯ୍ୟ ବାବଦରେ ଆବଶ୍ୟକ ଅର୍ଥ ମଞ୍ଜୁର କରିବା ପାଇଁ ବାରିପଦା ବିଧାୟକ ଶ୍ରୀ ସୋରେନ ପ୍ରତିଶ୍ରୁତି ଦେଇଛନ୍ତି. ପରିଦର୍ଶନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ୱାର୍ଡ କାଉନସିଲର ପ୍ରଶାନ୍ତ କୁମାର ବେହେରା, ଭଞ୍ଜସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତି, ବାରିପଦା କ୍ରିକେଟ ଏକାଡେମୀର ସଭାପତି ବିକ୍ରମ କେଶରୀ ଜେନା ଏବଂ କ୍ରିକେଟ ଓ ଫୁଟବଲ ଖେଳାଳି ମାନେ ଉପସ୍ଥିତ ରହି ବିଭିନ୍ନ ଗଠନ ମୂଳକ ପରାମର୍ଶ ଦେଇଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ