ଭୁଶୁଡ଼ିବା ଅବସ୍ତାରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ

Dec 27, 2025 - 05:28
 0  156
ଭୁଶୁଡ଼ିବା ଅବସ୍ତାରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ବାଲିଗୁଡ଼ା/ବ୍ରାହ୍ମଣୀଗାଁ ୨୬/୦୨୫(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା)କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ବ୍ରାହ୍ମଣୀଗାଁ ଥାନା ଅଧୀନରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଛାତ ଫାଟି ଆଁ କଲାଣି କାହାର ନଜର ପଡୁ ନାହିଁ I ଏହି କାର୍ଯ୍ୟାଳୟ ଛାତକୁ ଦେଖିଲେ ଲାଗୁଛି ଏହା ବ୍ରିଟିଶ୍ ଶାସନ କାଳରେ ନିର୍ମାଣ ହୋଇଥିବା ଏକ ଛାତ ପରି ଏହି ଛାତର କାନ୍ଥ ଗୁଡ଼ିକ ସବୁ ଦୁର୍ବଳ କୁ ଛାତ ଭାଙ୍ଗି ଭାଙ୍ଗି ଟୁକୁଡ଼ା ଟୁକୁଡ଼ା ଖଣ୍ଡ ଗୁଡ଼ିକ ଛାତ ଉପରୁ ପଡିବା ଆରମ୍ଭ ହେଲାଣି ଏଟି କାର୍ଯ୍ୟରତ ଆର୍ ଆଇ ଙ୍କୁ ମାନିବାକୁ ପଡ଼ିବ ନିଜ ଜୀବନକୁ ବାଜିରେ ଲଗାଇ ସେହି ଦୁର୍ବଳ ଛାତ ତଳେ ବସି ଲୋକଙ୍କ ସେବା କରୁଛନ୍ତି I ଗୋଟିଏ ସରକାରୀ କାର୍ଯ୍ୟାଳୟ ଉପରେ କେବେ ନଜର ପଡ଼ିବ ପ୍ରଶାସନର ଅବହେଳା ନୁତନ କଠା ନିର୍ମାଣରେ କାହିଁକି ବିଳମ୍ଭ ହେଉଛି I ଛାତ ଭୁଶୁଡ଼ି ଜନ ଜୀବନ ନଷ୍ଟ ହେବା ପରେ ଦାରିଙ୍ଗବାଡି ପ୍ରଶାସନର ଦୃଷ୍ଟି ଆକର୍ଷଣ ହେବକି ଏହି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉପରେ I ଖବର ପ୍ରସାରଣ ପରେ କଣ ପଦକ୍ଷେପ ଗ୍ରହଣ କରାଯିବ ଏନେଇ ଅଞ୍ଚଳ ବାସି ଅପେକ୍ଷାରେ ଅଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ