।। ଭୁତକୋଟି ପାଲଟି ବିଜେପୁର ପ୍ରାଣୀ ଚିକିତ୍ସାଲୟ, ବର୍ଷ ବର୍ଷ ଧରି ଝୁଲୁଛି ତାଲା ।।

Jan 10, 2024 - 16:36
 0  9
।। ଭୁତକୋଟି ପାଲଟି  ବିଜେପୁର ପ୍ରାଣୀ ଚିକିତ୍ସାଲୟ, ବର୍ଷ ବର୍ଷ ଧରି ଝୁଲୁଛି ତାଲା ।।

• ଗୋ ସେବା ବିପର୍ଯ୍ୟସ୍ତ • ପଞ୍ଚାୟତ କାର୍ଯ୍ୟାଳୟ ଅତି ନିକଟରେ ରହିଥିଲେ ମଧ୍ୟ କର୍ତୃପକ୍ଷଙ୍କ ପଡୁନି ଫରକ୍ • କେବେ ଖୋଲିବ ତାଲା,କେବେ ହେବ କାର୍ଯ୍ୟକାରୀ ଲାଞ୍ଜିଗଡ(ଲୋକର ଖବର )ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ନିକଟରେ ଥିବା ପ୍ରାଣୀଚିକିତ୍ସାଲୟ ଏବେ ଖତ ଖାଉଛି କହିଲେ ତ୍ରୁଟି ହେବ ନାହିଁ। ଯାହାଫଳରେ ପ୍ରାଣୀ ଚିକିତ୍ସାରେ କାର୍ଯ୍ୟରତ କର୍ମଚାରୀ ବର୍ଷ ବର୍ଷଧରି କାର୍ଯ୍ୟ କରିବାକୁ ଆସୁନାହାନ୍ତି। ଏହି ପ୍ରାଣିଚିକିତ୍ସାଲୟ ବିଜେପୁର ପଞ୍ଚାୟତ କାର୍ଯାଳୟ ପାଖରେ ରହିଥିଲେ ସୁଦ୍ଧା ପଞ୍ଚାୟତ କତୃପକ୍ଷଙ୍କ ପଡୁନି ନଜର। ଯାହାଫଳରେ ଗୋ ଚିକିତ୍ସା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ଅଭିଯୋଗ ହୋଇଛି। ଏହି ପ୍ରାଣୀ ଚିକିତ୍ସାଲୟ ୯ ବର୍ଷ ପୂର୍ବରୁ କୋଠା ନିର୍ମାଣ ହୋଇଥିବାବେଳେ କୋଠା ନିର୍ମାଣର କିଛିଦିନ ପ୍ରାଣୀଚିକିତ୍ସକ କାର୍ଯ୍ୟ କରୁଥିଲେ କିନ୍ତୁ କିଛି ଦିନ କାର୍ଯ୍ୟ କଲା ପରେ ଏବେ ଆଉ କାର୍ଯ୍ୟକୁ ଆସୁ ନାହାନ୍ତି ଓ ଭୁଶୁଡି ଗଲାଣି ବୋଲି ଅଭିଯୋଗ ହେଉଛି। ଏଥିରେ ବିଜେପୁର ପଞ୍ଚାୟତର ଅନେକ ଲୋକ ପଶୁ ପକ୍ଷୀଙ୍କ ଚିକିତ୍ସା ନିମନ୍ତେ ନିର୍ଭର କରିଆସୁଥିଲେ। ଏବେ ବର୍ଷ ବର୍ଷ ଧରି ଏହି କେନ୍ଦ୍ର ଠାରେ ତାଲା ଝୁଲି କବାଡ, ଝରକାକୁ ଉଇ ଖାଇ ସାରିଲାଣି। ବର୍ଷ ବର୍ଷ ପ୍ରାଣୀ ଚିକିତ୍ସା କାର୍ଯ୍ୟାଲୟ ନ ଖୋଲିବା ସହ କାର୍ଯ୍ୟଳୟରେ କୌଣସି କର୍ମଚାରୀ ନଥିବା କାରଣରୁ ବିଜେପୁର ପଞ୍ଚାୟତବାସୀ ଗାଈ, ଛେଳି,ମେଣ୍ଡା ଓ ଅନ୍ୟାନ୍ୟ ପଶୁ ପକ୍ଷୀଙ୍କ ଚିକିତ୍ସା କରିବା ନେଇଁ ବହୁ ଅସୁବିଧା ଭୋଗୁଛନ୍ତି ବିଜେପୁର ପଞ୍ଚାୟତ ବାସି l ଅନ୍ୟପକ୍ଷରେ ଲକ୍ଷାଧିକ ଟଙ୍କାରେ ନିର୍ମିତ କୋଠା ଏବେ ଖତଖାଉଥିବା ବେଳେ ଭଙ୍ଗା ଦଦରା ସମେତ କୋଠାର ଚାରୀ ପାର୍ଶ୍ୱରେ ଅନାବନା ଲତା ଘେରିକି ପରିପୂର୍ଣ ହୋଇ ରହିଛି। ପ୍ରାଣୀ ଚିକିତ୍ସାଲୟ କୋଠା ଘର ନିର୍ମାଣ କରି ଖୋଲିବାକୁ ଗ୍ରାମବାସି ବାରମ୍ବାର ବିଭାଗୀୟ ଅଧିକାରୀ ତଥା ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଁ ଯାଇ ଏହି ପ୍ରାଣୀ ଚିକିତ୍ସାଲୟ ଖୋଲିବା ସହ ଉପଯୁକ୍ତ କର୍ମଚାରୀ ସମେତ ଅନୁସଙ୍ଗିକ ଔଷଧ ପତ୍ର ଯୋଗାଇ ଦିଆଯିବା ନିମନ୍ତେ ଦୃଢ଼ ଦାବୀ କରିଛନ୍ତି ଅଞ୍ଚଳବାସୀ।

 କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ପ୍ରତିନିଧି ସାଗର ବେନାଲ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ