ଭିଜିଲାନ୍ସ ଜାଳରେ ଲାଞ୍ଚଖୋର ସୁପରଭାଇଜର: ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ନେଉଥିଲେ ଲାଞ୍ଚ

Jan 2, 2025 - 18:49
Jan 2, 2025 - 19:21
 0  499
ଭିଜିଲାନ୍ସ ଜାଳରେ ଲାଞ୍ଚଖୋର ସୁପରଭାଇଜର: ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ନେଉଥିଲେ ଲାଞ୍ଚ

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲେ ଭିଜିଲାନ୍ସ ଆଙ୍କର..କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଡାକ୍ତରଖାନାରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ମହାରଣା ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ନିମନ୍ତେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ । ତଲଝାପି ପଞ୍ଚାୟତ ର ନିକେସଜୋର ଗ୍ରାମର ଅର୍ଜୁନ ନାଏକ,ବବଲୁ ନାଏକ ଓ ଘା ସିରାମ ମାଝୀଙ୍କ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର କରିଦେବା ପାଇଁ ଡାକ୍ତରଖାନାରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ମହାରଣା ଲାଞ୍ଚ ମାଗିଥିଲେ । ଏନେଇ ସମସ୍ତେ କଳାହାଣ୍ଡି ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିଥିଲେ । ଆଜି ସନ୍ଧ୍ୟାରେ ୩ଜଣ ୪ ହଜାର ରଙ୍ଗବୋଳା ଟଙ୍କା ଲକ୍ଷ୍ମୀ ମହାରଣାଙ୍କୁ ଦେବା ପରେ ଆଗରୁ ଛପି ରହିଥିବା ଭିଜିଲାନ୍ସ ଲକ୍ଷ୍ମୀ ମହାରଣାଙ୍କୁ ରଙ୍ଗବୋଳା ଟଙ୍କା ସହ କାବୁ କରିଥିଲେ । ପୁର୍ବରୁ ପ୍ରତ୍ୟେକ ଆବେଦନକାରୀ ଙ୍କ ଠାରୁ ୨ହଜାର ଲେଖାଏ ଆଦାୟ କରି ପ୍ରମାଣପତ୍ର ଦେଉଥିଲେ , ଯିଏ ଲାଞ୍ଚ ନ ଦେଲା ତାଙ୍କୁ ଲାଞ୍ଚୁଆ ସୁପର ଭାଇଜର ଲକ୍ଷ୍ମୀ ମହାରଣା ମାସ ମାସ ହଇରାଣ ହରକତ କରୁଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ