।। ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ ।।

କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ଅଧମୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ଅଧମୁଣ୍ଡା SSD ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଅଗଷ୍ଟି ସାହୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଚଢ଼ାଉ କରି ଗରିଫ ହୋଇଛନ୍ତି ।ଉକ୍ତ ପ୍ରଧାନଶିକ୍ଷକ 5T ସ୍କୁଲ କାମ ମରାମତି କାମ ର ବିଲ କରେଇ ଦେବା ପାଇଁ ଠିକାଦାର ଙ୍କୁ 50 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି କୁ ପ୍ରାୟ ଦୁଇ ତିନି ମାସ ହେବ ସେ ଫାଇଲ ରେ ଦସ୍ତଖତ ନ କରି ପଡ଼ିରହିଥିଲା ଯେତେ ନେହୁରା ହୋଇ କହିଥିଲେ ସୁଦ୍ଧା ସେ ଦସ୍ତଖତ କରିନଥିଲେ। ତେଣୁ ସର୍ବ ଶେଷରେ ନିଷ୍ପତି ନେଲେ ଓ ଭିଜିଲାନ୍ସ ସାଙ୍ଗରେ ଯୋଗାଯୋଗ କରି ଥିଲେ। ତା ୧୯/୦୧/୨୦୨୪ ରିଖ ଦିନ ୫୦ ହଜାର ଟଙ୍କା ଦେଇଥିଲେ l ପରେ ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ ବିଭାଗ । ଓ ତାଙ୍କପାଖରୁ ଲାଞ୍ଚ ନେଇ ଥିବା ତାଙ୍କୁସିଜ୍ କରିଥିଲେ ।ତାଙ୍କୁ ଗିରଫ କରି ଭିଜିଲାନ୍ସ ବିଭାଗ ତାଙ୍କୁ ପଚରା ଉଚୁରା ଜାରି ରଖିଛନ୍ତି l
କଳାହାଣ୍ଡି ଜିଲ୍ଲା ମକୁନ୍ଦ ନାଏକ ଙ୍କ ରିପୋର୍ଟ୍ କରାପୁଟ ପ୍ରଥମ ଖବର
What's Your Reaction?






