ଭାଲୁପତ୍ରା ଆଶ୍ରମ ବିଦ୍ୟାଳୟର ବାର୍ଷିକୋତ୍ସବ

Feb 18, 2026 - 20:03
 0  102
ଭାଲୁପତ୍ରା ଆଶ୍ରମ ବିଦ୍ୟାଳୟର ବାର୍ଷିକୋତ୍ସବ

କିର୍ମିରା୧୮।୨(ଫାଷ୍ଟ ନିଉଜ ଓଡ଼ିଶା) କିର୍ମିରା ବ୍ଳକ ଭାଲୁପତ୍ରା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସିଂହଙ୍କ ସଭାପତିତ୍ଵରେ ଆୟୋଜିତ ଉତ୍ସବରେ ବ୍ଳକ ଶିକ୍ଷା ଅଧିକାରୀ ଜୟନାରାୟଣ ପଣ୍ଡା ମୁଖ୍ୟଅତିଥି,ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ବିବେକାନନ୍ଦ ସାମଲ ମୁଖ୍ୟବକ୍ତା, କିର୍ମିରା ଏକଲବ୍ୟ ସ୍କୁଲ ଅଧ୍ୟକ୍ଷ ଅରବିନ୍ଦ ସିଂହ, ଝାରସୁଗୁଡ଼ା ବେହେରାମାଲ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଭିମନୁ ସାହୁ, ସ୍କୁଲ ପରିଚାଳନା କମିଟୀ ସଭାପତି ଦେବ ପାଣ୍ତେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।ପ୍ରଧାନ ଶିକ୍ଷକ ସିଂହ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ମୁଖ୍ୟଅତିଥି ସ୍କୁଲର ଶିଶୁ ଲିଖନ ବୋର୍ଡକୁ ଲୋକାର୍ପିତ କରି ଜିଲ୍ଲା ଓ ରାଜ୍ୟସ୍ତରୀୟ ଖେଳକୁଦରେ ଚମ୍ପିଆନ ଯସମୀନ ବାଗ,ଆରତୀ ଓରାମଙ୍କୁ ସମ୍ବର୍ଦ୍ଧିତ କରିଥିଲେ।କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ।ଭାଲୁପତ୍ରା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗଙ୍ଗାଧର ମହାନ୍ତି,ସମାଜସେବୀ ଖଗେଶ୍ଵର ନାଏକ, ଅଶୋକ ପଟେଲ ମଞ୍ଚାସୀନ ଥିଲେ। ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ରଙ୍ଗାରଙ୍ଗ ପରିବେଷଣ କରିଥିଲେ।ଶିକ୍ଷକ ଧନେଶ୍ୱର ଧୁରୁଆ ମଞ୍ଚ ପରିଚାଳନା କରିଥିଲେ। ଖେଳ ଶିକ୍ଷକ ପ୍ରଫୁଲ୍ଲ ପଟେଲ,ଅଞ୍ଜଳୀ ପଟେଲ,ମେଟ୍ରନ ଦିଗେଶ୍ଵରୀ ଗୁଖୁରା ସହ ଗୁଲାପି ନାଏକ, ନିରଦିନୀ କିସାନ, ମାଳତୀ ନେଟି, ବିଶାଖା କିସାନ ସହଯୋଗ କରିଥିଲେ। ଶିକ୍ଷୟତ୍ରୀ ରୀନା ଛଛାଣ ଅନ୍ୟବାଦ ଦେଇଥିଲେ।

କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ