ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ମହିଳା ସୁରକ୍ଷା ଓ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ
କଳାହାଣ୍ଡି ମକୁନ୍ଦ ନାଏକ :-(ଫାଷ୍ଟ ନ୍ୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଗ୍ରାମର ଧାନମଣ୍ଡି ଠାରେ ଭାରତୀୟ ମାନବାଧିକାର ପରିଷଦ ପକ୍ଷ ରୁ ମହିଳା ସୁରକ୍ଷା ଓ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ମାନବାଧିକାର ପରିଷଦ ର ପ୍ରତିଷ୍ଠାତା ଡଃ. ପୂର୍ଣ୍ଣଚନ୍ଦ୍ର ସାହୁ ଉପସ୍ଥିତ ହୋଇ ମହିଳା ସୁରକ୍ଷା ପାଇଁ ମାନବାଧିକାର କଣ ରହିଛି ସମାଜରେ ମହିଳାଙ୍କ ଭୂମିକା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରାଜ୍ୟ ସଭାପତି ମହମ୍ମଦ ମୁସ୍ତଫା,କଳାହାଣ୍ଡି ଜିଲ୍ଲା ସଭାପତି ଅନିଲ କୁମାର ସାହୁ,ମହିଳା ସେଲ ଜିଲ୍ଲା ସଭାନେତ୍ରୀ ପଙ୍କଜିନୀ ନାଏକ,କୋକସରା ବ୍ଲକ ମହିଳା ସେଲ ସଭାନେତ୍ରୀ ଅଞ୍ଜଳି ଦଣ୍ଡସେନା,ଜିଲ୍ଲା ଆଇନ ଉପଦେଷ୍ଟା ହିମାଂଶୁ ଭୂଷଣ ଦାସ,ଜିଲ୍ଲା ସଂଯୋଜକ ଧବଳେଶ୍ୱର ପାନ, ଉପ ସଭାପତି ସାୟାଦ କାସିମ, କଳମପୁର ବ୍ଲକ ସଭାପତି ଦୁଷ୍ମନ୍ତ ଛତ୍ରିଆ,ଭଳେଣ୍ଡର ସଦସ୍ୟ ଥୁଆମୂଳ ରାମପୁର ବ୍ଲକ ମକୁନ୍ଦ ନାଏକ, ମିଥିଲା ନାଏକ,ସୁଶାନ୍ତ ନାଏକ, କୋକସରା ବ୍ଲକ ର ଅଙ୍ଗାନୱାଡି କର୍ମୀ, ଆଶା କର୍ମୀ, ମିଶନ ଶକ୍ତି ର ଏମ. ବି. କେ, ସି. ଆର. ପି କର୍ମୀ ସହ ଏସ. ଏଚ, ଜି ଗ୍ରୁପ ର ମହିଳା ଉପସ୍ଥିତ ରହିଥିଲେ l ଆଜିର ସମାଜରେ ବଞ୍ଚିବା ସାମାଜିକ ଅଧିକାର ମହିଳା କେମିତି ସୁୟଂ ରକ୍ଷା, ଆଇନ ସଚେତନ,ମହିଳା ସଶକ୍ତିକରଣ କରିବା,ଆଇନ ସହାୟତା,ହେଲ୍ପ ଲାଇନ,ମହିଳା ମାନଙ୍କୁ ସରକାରୀ ସୁବିଧା ମିଳୁଥିବା ବିଷୟରେ ମହତ୍ୱପୂର୍ଣ ସନ୍ଦେଶ ଦେଇଥିଲେ l ଏହାର ମୁଖ୍ୟ ଉଦେଶ୍ୟ ହେଉଛି ନାରୀ ସୁରକ୍ଷା ଓ ଅଧିକାର ବିଷୟରେ ସମାଜରେ ସଚେତନ ବଢାଇବା l ଏହି ଅବସରରେ ସମାଜ ସେବା ଉତ୍କୃଷ୍ଟ ଓ ନିସ୍ଵାର୍ଥପର ଅବଦାନ ପାଇଁ ରାଜ୍ୟ ସଭାପତି ମୁସ୍ତଫାଙ୍କୁ ପ୍ରାଇଡ ଅଫ ଓଡିଶା ଆୱାର୍ଡ ସମ୍ମାନିତ ହୋଇ ଥିବା ବେଳେ ଆଉ ଦୁଇ ଜଣ ଅନିଲ କୁମାର ସାହୁ ଏବଂ ଦୁଷ୍ମନ୍ତ ଛାତ୍ରିଆ ଙ୍କୁ ପ୍ରାଇଡ ଅଫ ଓଡିଶା ସମ୍ମାନିତ ହୋଇଥିଲେ l ଏହି କାର୍ଯ୍ୟକ୍ରମ କୁ ନେଇ ଖୁସି ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0