ଭାତଲଇତା ଯୋଗାଶ୍ରମରେ ଶ୍ରୀ ଅରବିନ୍ଦଙ୍କ ପବିତ୍ର ହେକାଂଶ ଓ ଶ୍ରୀତନୁସ୍ମାରକୀ ପ୍ରତିଷ୍ଠା ଉତ୍ସବ
କୋଲାବିରା, ୯ ।୧୨(ଫାଷ୍ଟ ନ୍ୟୁଜ ଓଡିଶା): ଭାତଲଇତା ସ୍ଥିତ ଶ୍ରୀ ଅରବିନ୍ଦ ଯୋଗାଶ୍ରମ ଠାରେ ଶ୍ରୀଅରବିନ୍ଦଙ୍କ ଶ୍ରୀତନୁସ୍ମାରକୀ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭବ୍ୟ ଶୋଭାଯାତ୍ରାରେ ଶ୍ରୀଅରବିନ୍ଦଙ୍କ ଦେକାଂଶ ଆଗମନ ପରେ ଭାତଲାଇତା ଗ୍ରାମ ପରିକ୍ରମା ପଶ୍ଚାତ ଯୋଗାଶ୍ରମକୁ ପହଂଚିଥିଲେ ।ଭାରତର ଆଧ୍ୟାତ୍ମିକ ପତାକା ଉତୋଳନ ପରେ ମାତୃ ପ୍ରକୋଷ୍ଠରେ ମାଁ ନାମଜପ ହୋଇଥିଲା । ମାତୃଜ୍ୟୋତି,ଝାରସୁଗୁଡା କେନ୍ଦ୍ରରୁ ଶ୍ରୀଅରବିନ୍ଦଙ୍କ ପବିତ୍ର ଦେକାଂଶ ବିରାଟ ଶୋଭାଯାତ୍ରାରେ ସହ ଯାତ୍ରା ଆରମ୍ଭ କରି ରାସ୍ତାରେ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ବାଗତ ପାଇ ଭାତଲଇତା ଆଗମନ କରିଥିଲେ ଜୋଗାଶ୍ରମ ପରିସରରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯାଇଥିଲା । ଶ୍ରୀଅରବିନ୍ଦଙ୍କ ସୁଳ ଉପସ୍ଥିତିକୁ ବହନ କରିବାର ସୌଭାଗ୍ୟ ପ୍ରାପ୍ତ ହେବାର ସୁଯୋଗ ଅନେକ ଲଭିଥିଲେ । ଝାରସୁଗୁତା ପୂର୍ବତନ ବିଧାୟିକା ସୁଶ୍ରୀ ଦୀପାଳି ଦାସ ମଧୟ ଯୋଗଦେଇ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । ପରେ ସାଧକ ଅନାଦି ଚରଣ ସ୍ମାଇଁଙ୍କ କରକମଳରେ ପବିତ୍ର ଦେକାଂଶ ସ୍ଥାପନା କରାଯାଇ ଶ୍ରୀତନୁସ୍ମାରକୀ ପ୍ରତିଷ୍ଠା କରାଯାଇଛି । କାର୍ଯ୍ୟକ୍ରମରେ ଅଂଚଳର ବହୁସଂଖ୍ୟକ ମାତୃସନ୍ତାନ,ଭାଇ ଭଉଣୀ ମାନେ ଅଂଶଗ୍ରହଣ କରିଥିଲେ । କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0