।। ଭାଉଜଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ ।।

Sep 22, 2025 - 05:51
 0  6
।। ଭାଉଜଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ  ଗିରଫ ।।

ବୈଶିଙ୍ଗା,୨୧।୯: ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଅଁଳା ଗ୍ରାମର ଜଣେ ଯୁବକ ତାଙ୍କ ଭାଉଜଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଲେ ଗ୍ରାମର ଅଜୟ ପ୍ରଧାନ(୪୦)। ପୋଲିସ ତାଙ୍କୁ ଶନିବାର ଅପରାହ୍ନରେ କୋର୍ଟଚାଲାଣ କରିଛି। ସୂଚନା ଅନୁଯାୟୀ, ଅଜୟଙ୍କ ବଡ଼ ଭାଇ ରାଜେଶ ବେଙ୍ଗାଲୁରୁଠାରେ ରହି ଏକ ବେସରକାରୀ ସଂସ୍ଥାରେ ଚାକିରି କରନ୍ତି। ଅଜୟ ଯାଜପୁରଠାରେ ଏକ କମ୍ପାନୀରେ ଚାକିରି କରନ୍ତି। ଘରୁ ପ୍ରତ୍ୟେକ ଦିନ ଯିବା ଆସିବା କରିଥାନ୍ତି। ଶୁକ୍ରବାର ତାଙ୍କ ଭାଉଜ ନିରୁପମା ପୋଲିସ ନିକଟରେ ଅଜୟ ତାଙ୍କ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଛାଡିଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା(ନଂ. ୩୭୯/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଜୟଙ୍କ ମୋବାଇଲ ଯାଞ୍ଚ କରିବା ପରେ ସେ ଫଟୋ ଭାଇରାଲ କରିଥିବା ଜଣାପଡ଼ିବା ପରେ ଗିରଫ କରିଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ