।। ଭଗବାନ କହୁଛନ୍ତି ନକଲି ବଙ୍ଗାଳୀ ଡକ୍ଟର:-ବିନା ପ୍ରମାଣ ପତ୍ରରେ ଚାଲିଛି ଚିକିତ୍ସା ।।

ଦିନକୁ ଦିନ ବଢ଼ିଚାଲିଛି ଗାଁ ଗାଁରେ ବଙ୍ଗାଳି ଡାକ୍ତରଙ୍କ ପ୍ରାଦୁର୍ଭାବ l ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି ଏହି ଡାକ୍ତରମାନେ l ପ୍ରତ୍ୟେକ ଗ୍ରାମାଞ୍ଚଳରେ ବଙ୍ଗାଳି ଡାକ୍ତରମାନେ କ୍ଲିନିକ ଖୋଲି ରୋଗୀ ଚିକିତ୍ସା କରୁଛନ୍ତି l ଏମାନଙ୍କ ପାଖରେ କୌଣସି ଡାକ୍ତରୀ ପ୍ରମାଣପତ୍ର ନଥିବାବେଲେ କିପରି ଭାବରେ ରୋଗୀ ଚିକିତ୍ସା କରୁଛନ୍ତି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ବ୍ଲକ ବିଜେପୁର ଗ୍ରାମପଞ୍ଚାୟତ ଅଧିନସ୍ତ ରିଗଡୁଲ ଗ୍ରାମରେ l ଏଥିରେ ଦୀର୍ଘଦିନ ହେଲା ବିନା ପ୍ରମାଣପତ୍ରଧାରୀ ବଙ୍ଗାଳି ଡାକ୍ତର କ୍ଲିନିକ ଖୋଲି ଚିକିତ୍ସା କରୁଛନ୍ତି l କେତେବେଳେ କିଛି ଅଘଟଣ ଘଟିଲେ ଦାୟୀ କିଏ ହେବ? ଆପଣମାନେ ଦେଖିପାରୁଥିବେ ଏ ଭିଜୁଆଲରେ କିଭଳି ଭାବରେ ସେ ଚିକିତ୍ସା ଚଳାଇଛନ୍ତି l ସାମ୍ବାଦିକମାନେ ତାଙ୍କୁ ଶିକ୍ଷାଗତ ଯୋଗ୍ୟତା ଓ ଡାକ୍ତରୀ ପ୍ରମାଣ ପତ୍ର ପଚାରିବାରୁ ସେ କହିଲା ମୁଁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଡିଛି ଏବଂ ମୋ ପାଖରେ କୌଣସି ଡାକ୍ତରୀ ପ୍ରମାଣପତ୍ର ନାହିଁ l ଓ ନିଯେ କହୁଛନ୍ତି ,MBBS , ପାଠ ର କିଛି ମହତ୍ତ୍ଵ ନାହିଁ,,ଡ୍ରଗ ଇନିସପେକ୍ଟର ଆସି କି ମୋତେ ଚିକିତ୍ସା ପାଇଁ ଆଦେଶ ଦେଇଛନ୍ତି l ଏଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଟଙ୍କା ଲୋଭରେ ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି ବଙ୍ଗାଳି ଡାକ୍ତର l ଡ୍ରଗ ଇନିସପେକ୍ଟର ଚିକିତ୍ସା ପାଇଁ ବିନା ପ୍ରମାଣ ପତ୍ରରେ କେମିତି ଆଦେଶ ଦେଲେ ପ୍ରଶ୍ନବାଚୀ ଉଠୁଛି l ବଙ୍ଗାଳି ଡାକ୍ତରଙ୍କ କଥାରେ କେତେ ସତ୍ୟତା ଅଛି ତଦନ୍ତହେଲେ ଜଣା ପଡିବ l ବିନା ପ୍ରମାଣପତ୍ରଧାରୀ ବଙ୍ଗାଳି ଡାକ୍ତରମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜନସାଧାରଣଙ୍କ ଦାବୀ ହେଉଛି l
ଟିଟିଲାଗଡ଼ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






