ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ

Sep 25, 2025 - 18:15
 0  23
ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ

ମାଲକାନଗିରି,୨୫/୦୯/୨୦୨୫: ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁଡୁମୁଲୁଗୁମ୍ମା ଠାରେ ପୂର୍ବାହ୍ନରେ ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ ବିଶେଷଜ୍ଞ ଶିବିର (ସ୍ପେସିଆଆଲିଷ୍ଟ କ୍ଯାମ୍ପ) ର ଉଦଘାଟନ ହୋଇଯାଇଛି I ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଚିତ୍ରକୋଣ୍ଡା ବିଧାୟକଙ୍କ ପ୍ରତିନିଧି ମନ ପାଙ୍ଗି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଡୋଳIମଣି ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ଯାଣ ବିଭାଗ) ଡା. ଚୌଧୁରୀ ନିହାର ରଞ୍ଜନ ପ୍ରହରାଜ,ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡI. ମହମଦ ଅଭିଦ ହୁସେନ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁଡୁମୁଲୁଗୁମ୍ମା ଭାରପ୍ରାପ୍ତ ଚିକିତ୍ସI ଅଧିକାରୀ ଡI. ମହେଶ କୁମାର ପତି ଯୋଗଦେଇଥିଲେ I ଏହି ବିଶେଷଜ୍ଞ ଶିବିରକୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ମାନସିକ ବିଶେଷଜ୍ଞ ଡI. ମହମଦ ଅଭିଦ ହୁସେନ, ଚର୍ମ ବିଶେଷଜ୍ଞ ଡା. ଚୌଧୁରୀ ନିହାର ରଞ୍ଜନ ପ୍ରହରାଜ, ଭେଷଜ ବିଶେଷଜ୍ଞ ଡI. ବାସନ୍ତୀ ହଂସଦା, ଶିଶୁ ରୋଗ ବିଶେଷଜ୍ଞ ଡI. ପିତାମ୍ବର ମୁର୍ମୁ, ଚକ୍ଷୁ ରୋଗ ବିଶେଷଜ୍ଞ ଡା. ସଂଜୀବ କର, ଚିତ୍ରକୋଣ୍ଡା ଉପଖଣ୍ଡ ଡାକ୍ତରଖାନI ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ସିମାଞ୍ଚଳ ଦାଶ ପ୍ରମୁଖ ଉପସ୍ଥିତରହି ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରିଥିଲେ I ଏହି ଶିବିରରେ ସମୁଦାୟ ୩୨୦ ଜଣ ସ୍ୱାସ୍ଥ୍ୟ ପରୀକ୍ଷI ଓ ଚିକିତ୍ସା କରିଥିଲେ ଏବଂ ସେଥି ମଧ୍ୟରୁ ୧୮୦ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷI ଓ ଚିକିତ୍ସା କରଯାଇଥିଲା I ଏହା ସହ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଏବଂ ୨ ଜଣ ରକ୍ତଦତା ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ I ଏହି ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ ଅଧିକାରୀ ଡI. କୁନାଲ ପ୍ରଧାନ, ଡା. ଏସ. କିରଣ ପାତ୍ର, ବ୍ଲକ କାର୍ଯକ୍ରମ ପରିଚାଳକ ପ୍ରଦୀପ୍ତ ଗୌଡ, ବ୍ଲକ ହିସାବ ପରିଚାଳକ ସମୀର ବେପାରି, ତଥ୍ୟ ପରିଚାଳିକ ସନ୍ତୋଷ ମହାରଣା ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ I ସେହିପରି ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ ଅଧୀନରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାଲିମେଳI ଅଧିନସ୍ଥ ପୋପୁଲୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋରୁକୋଣ୍ଡା ଅଧିନସ୍ଥ ତୁମସIପIଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପୋଡିଆ ଅଧିନସ୍ଥ ଧରମପIଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରୀୟ ବିଶେଷଜ୍ଞ ଶିବିର ଅନୁଷ୍ଠିତ ହୋଇଥିଲା I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ