।। ବ୍ଲକ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ।।

Oct 9, 2024 - 20:22
 0  21
।। ବ୍ଲକ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ।।

ନୂଆପଡ଼ା : ସଦର ବ୍ଲକ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଧରମବନ୍ଧା ଠାରେ ବ୍ଲକ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ, ନୂଆପଡ଼ା, ହେମସାଗର ମହାନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରି ସାହୁ , ସମ୍ମାନୀତ ଅତିଥି ଭାବରେ ଡଃ ଶିବ ପ୍ରସାଦ ବେହେରା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରିଣୀ କୌଶଲ୍ୟା ମାଝୀ, ସରପଞ୍ଚ ଧରମବନ୍ଧା ଭୁନେଶ୍ୱରି ଦଣ୍ଡସେନା , ଜିଲ୍ଲା ପରିଷଦ ସଦସ୍ୟା ଉମାଠାକୁର, ସମିତି ସଭ୍ୟା ନଳିନୀ ମାଝୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାରାପ୍ରାପ୍ତ ଅଧ୍ୟକ୍ଷ ସୁରେଶ କୁମାର ଦାସ, ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଆୟୋଜନର ସମ୍ପାଦକ ପ୍ରକାଶ ମିଶ୍ର, ଏସ ଏମ ସି ସଭାପତି ଖଗେଶ୍ବର ମାଝୀ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀତାର ଶୁଭ ଉଦ୍ଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ନୂଆପଡ଼ା ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ମହତାବ ଆଡଯୁଆଡଙ୍କ ନେତୃତ୍ୱରେ ସମସ୍ତ ଖେଳ ପରିଚାଳନା ହୋଇଥିଲା। ଶିକ୍ଷକ ଗୋକୁଳ ଦଣ୍ଡସେନାଙ୍କ ତତ୍ତ୍ଵାବଧାନରେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ନୂଆପଡ଼ା ଜିଲ୍ଲାର ବିଶିଷ୍ଟ କ୍ରୀଡାବିତ ସରୋଜ କୁମାର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଭାନୁପ୍ରତାପ ମାଝୀ, ସାମ୍ୱାଦିକ ମାୟାଧର ସରାଫ, ଘନଶ୍ୟାମ ଭୋଇ, ଅଶ୍ୱିନୀ କୁମାର ପାଣିଗ୍ରାହି, ରତନ କେତକୀ, ଯୁଧିଷ୍ଠିର ପଟେଲ ଯୋଗଦେଇ କ୍ରୀଡା ପ୍ରତିଭାମାନଙ୍କୁ ଉତ୍ସାହିତ କରି ପୁରସ୍କୃତ କରିଥିଲେ। ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ନୂଆପଡ଼ା ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଯୋଗଦାନ କରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ପ୍ରତିଯୋଗିତା ଆୟୋଜନରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରକାଶ ମିଶ୍ର, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଏ ବି ଇ ଓ ଚୈତରାମ୍ ନାଏକ, ଉତ୍କଳମଣି ଅଗସ୍ତି, ନୂଆପଡ଼ା ବ୍ଲକର ସମସ୍ତ ଖେଳ ଶିକ୍ଷକ ଓ ସି ଆର ସି ସି ସହଯୋଗ କରିଥିଲେ। ଶିକ୍ଷକ ସୁଶାନ୍ତ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ। ସନ୍ଧ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ