ପିଏମ ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

Jan 20, 2026 - 20:48
 0  18
ପିଏମ ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ପିଏମ ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଆନନ୍ଦମୟ ଓ ଆଡମ୍ବରପୂର୍ଣ୍ଣ ପରିବେଶରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉଦଘାଟନ ସଭାର ସଭାପତିତ୍ୱ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୋଲାପ ଚନ୍ଦ୍ର ସାହୁ ନିର୍ବାହ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ବଢ଼େଇ ଯୋଗଦାନ କରିଥିଲେ। ବିଶିଷ୍ଟ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ଶ୍ରୀ ସରୋଜ କୁମାର ସାହୁ ଏବଂ ମୁଖ୍ୟ ବକ୍ତା ଭାବରେ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତା ରାଣୀ ଯୋଶୀ ଉପସ୍ଥିତ ରହି କ୍ରୀଡା ଓ ଶିକ୍ଷାର ସମନ୍ୱୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ସମ୍ଭବ ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍କୁଲ ଚ୍ୟାରମେନ ଶ୍ରୀ କୁଞ୍ଜ ବିହାରି ସାହୁ ଯୋଗଦାନ କରି କ୍ରୀଡା ମାଧ୍ୟମରେ ଶିଷ୍ଟାଚାର, ସହନଶୀଳତା ଓ ନେତୃତ୍ୱ ଗୁଣ ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ କ୍ରୀଡା ଶିକ୍ଷକ ଶ୍ରୀ ମୋହନ ମହନ୍ତଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସୁଚାରୁ ଓ ସୁସଂଘଟିତ ଭାବେ ପରିଚାଳନା କରିଥିଲେ। ଉଦଘାଟନ ସଭାର ସଂଯୋଜନା ଶିକ୍ଷୟିତ୍ରୀ ଅନିତା ମୁଣ୍ଡ କରିଥିବା ବେଳେ, ବରିଷ୍ଠ ଶିକ୍ଷକ ଶ୍ରୀ ସୁକାନ୍ତ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଉଦଯାପନି ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ରେଶମଲାଲ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ, ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ବିନୋଦ ପାଢ଼ୀ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହିଥିଲେ। ବିଶିଷ୍ଟ ସମ୍ମାନିତ ଅତିଥି ଭାବେ ପଞ୍ଚ ସଖା ଶିକ୍ଷା ସେତୁ ସଭାପତି ଶ୍ରୀ ପ୍ରକାଶ ସାହୁ ଓ ଶ୍ରୀ କାଁଂହୁ ଚରଣ ଲେଙ୍କା ଯୋଗଦାନ କରି କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ସାଂସ୍କୃତିକ ପ୍ରଭାରୀ ଶ୍ରୀ ଜିତେନ୍ଦ୍ର କୁମାର ଖମାରି ଓ ସୋମ୍ୟାଶ୍ରୀ ଵଘେଲ ସଭା କାର୍ଯ୍ୟ ସୁଚାରୁ ଭାବେ ସଂଯୋଜନା କରିଥିବା ବେଳେ, ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁକା ଦୁରିଆ ଧନ୍ୟବାଦ ଅର୍ପଣ କରି ସଭାର ସମାପନ ଘୋଷଣା କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ