ବ୍ଲକ ସ୍ତରୀୟ ତ୍ରି-ଦିବସୀୟ ହାଇ ଏଚିଭର ସ୍ଵତନ୍ତ୍ର ମାର୍ଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

Feb 2, 2025 - 14:47
 0  10
ବ୍ଲକ ସ୍ତରୀୟ ତ୍ରି-ଦିବସୀୟ ହାଇ ଏଚିଭର ସ୍ଵତନ୍ତ୍ର ମାର୍ଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖରିଆର ରୋଡ ଠାରେ ନୂଆପଡ଼ା ବ୍ଲକ ସ୍ତରୀୟ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ଲକର ୬୨ଜଣ ମେଧାବୀ ବିଦ୍ୟାର୍ଥୀମାନଙ୍କୁ ନେଇ ତିନି ଦିନିଆ ସ୍ଵତନ୍ତ୍ର ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶ ଙ୍କ ମାର୍ଗଦର୍ଶନରେ ତଥା ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୂଏଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ବ୍ଲକର ବିଭିନ୍ନ ବିଦ୍ୟାଳୟର ଦଶମ ଶ୍ରେଣୀର ୬୨ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ୨୨ଜଣ ବିଷୟ ଭିତ୍ତିକ ସାଧନ ଶିକ୍ଷକ- ଶିକ୍ଷୟତ୍ରୀ ଚଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଏ ୱାନ ଗ୍ରେଡ ସଫଳତା ହାସଲ ପାଇଁ ଦିଗଦର୍ଶନ ଦେଇଥିଲେ। ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶ ବିଦ୍ୟାର୍ଥୀ ମାନଙ୍କୁ ଆତ୍ମସମୀକ୍ଷା, ଆତ୍ମପ୍ରତ୍ୟୟ , ଆତ୍ମବିଶ୍ବାସ ର ମୂଳମନ୍ତ୍ର ବାର୍ତ୍ତା ଦେଇ ମାର୍ଗଦର୍ଶନ କରିଥିଲେ। ଜିଲ୍ଳା ଶିକ୍ଷା ଅଧିକାରୀ କରୁଣାକର ଭୁଏ,କାର୍ଯ୍ୟକ୍ରମର ଆୟୋଜକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୂଆପଡ଼ା ହେମସାଗର ମହାନନ୍ଦ, ଏବିଇଓ ଉତ୍କଳମଣୀ ଅଗସ୍ତି, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀ ତଥା ତାଙ୍କ ପିତାମାତା ଓ ଅଭିଭାବକ ମାନଙ୍କୁ ସଫଳତା ପାଇଁ ମାର୍ଗଦର୍ଶନ କରିଥିଲେ ଥିଲେ। ମୋଟ ୧୫ ଟି ଅଧିବେଶନରେ ସମସ୍ତ ବିଷୟରେ ଛାତ୍ରଛାତ୍ରୀ ମାନଙ୍କ ସନ୍ଦେହ ମୋଚନ କରାଯାଇ ୯୦% ଉପରେ ମାର୍କ ରଖି ସଫଳତା ପାଇବା ନିମନ୍ତେ ସ୍ଵତନ୍ତ୍ର ମାର୍ଗଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ନୂଆପଡ଼ା ଯୋଗେନ୍ଦ୍ର ମାଝୀ ଓ ମାଧ୍ୟମିକ ଶିକ୍ଷା ପରିଷଦ ସଦସ୍ୟ ଡଃ ଶିବ ପ୍ରସାଦ ବେହେରା ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସଫଳତା ହାସଲ ନିମନ୍ତେ ଅଭିପ୍ରେରିତ କରିଥିଲେ। ବିଜ୍ଞାନ ଶିକ୍ଷକ ସୁଶାନ୍ତ ଯୋଶୀ ଏବଂ ସି ଆର ସି ସି ଗୋପାଳ ଚନ୍ଦ୍ରକାର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ