।। ବେଦାନ୍ତକୁ ଖଣିଲିଜ ପାଇଁ ଜନଶୁଣାଣୀ ଶିବିର ଅନୁଷ୍ଠିତ ।।

Oct 19, 2023 - 18:56
 0  37
।। ବେଦାନ୍ତକୁ ଖଣିଲିଜ ପାଇଁ ଜନଶୁଣାଣୀ ଶିବିର ଅନୁଷ୍ଠିତ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ ରାୟଗଡ଼ା ଜିଲ୍ଲା କାଶିପୁର ଅଞ୍ଚଳର ତିଜ ମାଳି ଖଣି ଲିଜ ପାଇଁ ସପକ୍ଷବାଦୀ ଓ ବିପକ୍ଷବାଦୀ ମଧ୍ୟରେ ବାଦନୁବାଦ ଲାଗି ରହିଛି।ଏଭଳି ସମୟରେ ସରକାର ଲୋକଙ୍କ ମତାମତ ନେବାକୁ ଯାଇ ଗତ ୧୬ ତାରିଖରେ କାଶୀପୁର ବ୍ଲକର ସୁଙ୍ଗେର ଏବଂ ବୁଧବାର ଥୁଆମୂଳ ରାମପୁର ବ୍ଳକ କେରପାଇ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ଠାରେ ସର୍ବ ସାଧାରଣଙ୍କୁ ନେଇ ଏକ ଜନଶୁଣାଣୀ ଶିବିର ଆୟୋଜନ କରିଥିଲେ।ଆଞ୍ଚଳିକ କାର୍ଯ୍ୟାଳୟ,ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ,ରାୟଗଡାଙ୍କ ସୌଜନ୍ୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ।କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଓ ରାୟଗଡ଼ା ଜିଲା କାଶିପୁର ଅଞ୍ଚଳର ଖଣି ଖନନ ପାଇଁ ଏହି ଜନ ଶୁଣାଣି ଶିବିର ଆୟୋଜିତ ହୋଇଥିବା ବେଳେ ସମୁଦାୟ ୧୮,୦୦ ଏମଡିପିଏ ଖନନ ହେବା ଲକ୍ଷ୍ୟଧାର୍ଯ୍ୟ ହୋଇଛି,ଏଥିସହ ୨×୧୨୦୦ ଟିପିଏଚ କ୍ଷମତା ସଂପର୍ଣ୍ଣ କ୍ରସର ଅବସ୍ଥାପିତ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି,କାଁଭାଁ ବିରୋଧାଭାସ ହୋଇଥିବା ବେଳେ ବାକିତକ ଶାନ୍ତିପୂର୍ଣ୍ଣ ଭାବେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ତିଜ ମାଳି ଖଣି ଖନନର ପ୍ରଭାବିତ ଅଞ୍ଚଳର ସମସ୍ତ ଗାଁର ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଜନ ଶୁଣାଣୀ ସମୟରେ କୌଣସି ବିଶୃଙ୍ଖଳା ସୃଷ୍ଟି ନ ହୁଏ ସେଥିପାଇଁ ବ୍ୟାପକ ପୋଲିସ ଏବଂ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ।ଏହି ଶିବିରରେ କଳାହାଣ୍ଡି ଏଡିଏମ୍ ଜନ୍ମେଜୟ ଦରୱ।ନ, କିରଣ କୁମାର ମହାନ୍ତି ,ଏଡିସନାଲ କଲେକ୍ଟର ଧିରଜ ପଟ୍ଟନାୟକ, ଡେପୁଟି କଲେକ୍ଟର ଦେବା,ସବ କଲେକ୍ଟର ବିଶ୍ଵଜିତ ଦାସ, ଜିଲ୍ଲା ତହସିଲଦାର ଉପେନ୍ଦ୍ର କୁମାର ଲୁହାର,ପଲ୍ୟୁସନ ବୋର୍ଡ ଅଧିକାରୀ ଭୁବନ ଶବର, ତହସିଲଦାର ଥୁଆମୂଳ ରାମପୁର ଚିନ୍ମୟ କୁମାର ନାଏକ, କଲମପୁର ରୁଦ୍ର ପ୍ରସାଦ ନାୟକ, ବିଡ଼ିଓ ଥୁଆମୂଳ ରାମପୁର ଶୁଭକାନ୍ତ ନାଏକ, କଲମପୁର ବିଜୟ କୁମାର ମାଡାଙ୍ଗି, ବିଡ଼ିଓ ଜୁନାଗଡ଼ ଦେବାଶିଷ କର ପ୍ରମୁଖ ଉପସ୍ଥିତ ରହି ଜନ ଶୁଣାଣି କରିଥିଲେ ।

କଳାହାଣ୍ଡି ଜିଲ୍ଲା ରୁମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ