।। ବେଦାନ୍ତ କମ୍ପାନୀର ପରିବେଶ ବିରୋଧୀ ବର୍ବରତା ଓ ସ୍ଥାନୀୟ ଅଞ୍ଚଳକୁ ଉପେକ୍ଷା ପ୍ରତିବାଦରେ ରାସ୍ତା ରୋକ ।।

Sep 16, 2024 - 17:00
 0  11
।। ବେଦାନ୍ତ କମ୍ପାନୀର ପରିବେଶ ବିରୋଧୀ ବର୍ବରତା ଓ ସ୍ଥାନୀୟ ଅଞ୍ଚଳକୁ ଉପେକ୍ଷା ପ୍ରତିବାଦରେ ରାସ୍ତା ରୋକ ।।

ଲାଞ୍ଜିଗଡ଼ ଠାରେ ଅବସ୍ଥିତ ବେଦାନ୍ତ ଆଲୁମିନା ପ୍ରକଳ୍ପ ର ସୋଡା ଯୁକ୍ତ ରାସାୟନିକ ଜଳଭଣ୍ଡାର ରେଡ୍ ମଣ୍ଡ ପଣ୍ଡ ଭାଙ୍ଗୀ ମୁନିଗୁଡ଼ା ର ଜିବନ ରେଖା ତଥା ବଂଶ ଧାରା ନଦୀ କୁ ପ୍ରଦ୍ୟୁଷିତ କରିଥିବା ଓ ଜଳ ଜିବନ ପଶୁ ପକ୍ଷୀ ମାଛ ସହ ଜମିବାଡ଼ି ସମ୍ପର୍କିତ ଚାଷକୁ ପ୍ରଭାବିତ କରିଥିବାରୁ ବେଦାନ୍ତ ଆଲୁମିନା ପ୍ରକଳ୍ପ କୁ ବିରୋଧ କରି ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ର ଶିବପଦର ପଞ୍ଚାୟତ ବିଜାବଣ୍ଡଳୀ ଠାରେ ରାସ୍ତା ଅବରୋଧ କରିଥିବାବେଳେ ଅମ୍ବାଦୋଳା ରାଣିପିଣ୍ଡା ପଞ୍ଚାୟତ ନିକଟସ୍ଥ ବେଦାନ୍ତ କମ୍ପାନୀ କୁ ଯାଉଥିବା ମାଲବାହୀ ଟ୍ରେନକୁ ରେଳରୋକ କରାଯାଇଛି। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଠାରେ ଅବସ୍ଥାପିତ ବହୁରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ ଆଲୁମିନା ଆମ ଅଞ୍ଚଳରେ ଦୀର୍ଘ ଦଶନ୍ଧି ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଉନ୍ନୟନ କ୍ଷେତ୍ରରେ କମ୍ପାନୀର କୌଣସି ଭୂମିକା ନାହିଁ ।ଆମ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକର ସୀମାନ୍ତରେ ଏହି କମ୍ପାନୀ ପ୍ରତିଷ୍ଠିତ।ଆମ ଜିଲ୍ଲାର ସଡକ ଓ ରେଳପଥ ଦେଇ କମ୍ପାନୀର ସମସ୍ତ ପରିବହନ କାର୍ଯ୍ୟ ହୋଇଥାଏ।ଏଥିସହିତ ବେଦାନ୍ତ କମ୍ପାନୀ ମୁନିଗୁଡ଼ା ବ୍ଲକ୍ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିବା ଏବଂ କମ୍ପାନୀ ଗାଇଡ ଲାଇନ୍ ଅନୁଯାୟୀ ଉନ୍ନୟନ ଦୂରତା ମଧ୍ୟରେ ଥିବା ସତ୍ତ୍ବେ ଏହାକୁ ଲାଭଖୋର କମ୍ପାନୀ ସବୁ ସମୟରେ ଅଣଦେଖା କରି ଆସୁଛି।କମ୍ପାନୀରେ ଥିବା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମୁନିଗୁଡ଼ା ବୈମାତୃକ ଭାବକୁ ମୁନିଗୁଡ଼ା ବ୍ଲକ ବାସୀ ତୀବ୍ର ବିରୋଧ କରୁଛନ୍ତି।ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ଉନ୍ନୟନ ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ ସେମାନଙ୍କ ବେପରୁଆ ମନୋଭାବ ଆମ୍ଭ ମାନଙ୍କୁ ରାଜରାସ୍ତାକୁ ଆଣିବାକୁ ବାଧ୍ୟ କରିଛି।ଦ୍ବିତୀୟତଃ ବେଦାନ୍ତ କମ୍ପାନୀର ବର୍ଜ୍ୟ କୌଷ୍ଟିକ୍ ସୋଡ଼ା ଯୁକ୍ତ ରାସାୟନିକ ଜଳ ଭଣ୍ଡାର ରେଡ୍ ମଣ୍ଡ ପଣ୍ଡ ଭାଙ୍ଗି ମୁନିଗୁଡ଼ା ବ୍ଲକର ଜୀବନ ରେଖା ବୋଲାଉଥିବା ବଂଶଧାରା ନଦୀକୁ ପ୍ରଦ୍ୟୁଷିତ କରିଛି।ଫଳରେ ହଜାର ହଜାର ଜଳଚର ଜୀବ ମୃତ୍ୟୁ ବରଣ କରିଛନ୍ତି।ବଂଶଧାରା ନଦୀ ଅବବାହିକା ଛଅଟି ପଞ୍ଚାୟତର ପାଖାପାଖି ୩୨ଟି ଗ୍ରାମର ଜୀବନ ଜୀବିକା ଏହାଦ୍ବାରା ପ୍ରଭାବିତ ହେବା ସହ ଶହ ଶହ ଗରିବ ଚାଷୀ ମାନଙ୍କ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି।ଅନେକ ନଦୀ ତଟ ବାସିନ୍ଦା,ଗୃହ ପାଳିତ ପଶୁମାନେ ପ୍ରଦ୍ୟୁଷିତ ଜଳ ସଂସ୍ପର୍ଶରେ ଆସି ପୀଡ଼ିତ ଅଛନ୍ତି।କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କଲେ ଦେଖା ମିଲୁନାହାନ୍ତି।ସମ୍ପୂର୍ଣ୍ଣ ବେଖାତିର, ଦାୟିତ୍ବହୀନ କମ୍ପାନୀ କର୍ତ୍ତୃପକ୍ଷଙ୍କ ଆଚରଣରେ ମୁନିଗୁଡ଼ା ବ୍ଲକବାସୀ ଦୀର୍ଘ ବର୍ଷ ହେବ ଅତିଷ୍ଠ ଥିଲେ ହେଁ।ହେଲେ ଆଜିର ବଂଶଧାରା ନଦୀ ପ୍ରଦ୍ୟୁଷଣ ଓ ସାଧାରଣ ଜୀବନ ଜୀବିକା ବିପର୍ଯ୍ୟସ୍ତ ବିଷୟକୁ ନେଇ ଧର୍ଯ୍ୟର ସୀମା ପାର ହୋଇଛି।ଏଣୁ ମୁନିଗୁଡାର ସମସ୍ତ ସାମାଜିକ,ଧାର୍ମିକ ଓ ସବୁବର୍ଗର ଲୋକଙ୍କ ପରାମର୍ଶ କ୍ରମେ ଆଜି ଆମେ ରାସ୍ତାରୋକ କରି ଆମର ପ୍ରତିବାଦର ସ୍ୱରକୁ ଶାଣିତ କରିବା ସହ ବେଦାନ୍ତ କମ୍ପାନୀର ଜନ ବିରୋଧି,ପରିବେଶ ବିରୋଧୀ କାର୍ଯ୍ୟକୁ ବିରୋଧ କରୁଛୁ।ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷ ଆମ ସହିତ ସମସ୍ତ ପ୍ରକାର ସହଯୋଗର ମାନସିକତା ନେଇ ଆଲୋଚନା କରିବା ସହିତ ଏକ ମିଳିତ କମିଟି ମାଧ୍ୟମରେ ବଂଶଧାରା ନଦୀ ଅବବାହିକା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବାକୁ ଦାବି ଜଣାଉଛୁ ବୋଲି ବଂଶଧାରା ଅଵ ଵାହିତା କ୍ଷତି ଗ୍ରସ୍ତ ନାଗରିକ ମଞ୍ଚ ,ଶିଵପଦର ବିକାଶ ମଞ୍ଚ ,ମୁନିଗୁଡା ପଞ୍ଚାୟତ ସମତି ନିର୍ବାଚିତ ପ୍ରତିନିଧି ସମନ୍ୱୟ ସମିତି , ବିନାୟକ ଯୁଵ ପରିଷଦ, ଵାଜି ରାଉତ ଯୁବକ ସଂଘ, ଯୁବ ଶକ୍ତି କ୍ଳବ୍, ଆମ୍ବାଦଳ ୟୁଥୁ ଏସୋସିଏସନ୍ ଓ ଅନ୍ୟାନ୍ୟ ସହଯୋଗୀ ଅନୁଷ୍ଠାନ ଏବଂ ଅନ୍ୟଥା ଯେଉଁ ପର୍ଯ୍ୟନ୍ତ ଏହାର ସମାଧାନ ନକରିଛି ସେପର୍ଯ୍ୟନ୍ତ ବେଦାନ୍ତ ବିରୋଧୀ ସଂଗ୍ରାମ ଅନିର୍ଦିଷ୍ଟ ସମୟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ରାସ୍ତା ଅବରୋଧ କରିଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଏବଂ ମଞ୍ଚ ପକ୍ଷରୁ ପ୍ରକାଶ କରିଛନ୍ତି । ଏନେଇ ମୁନିଗୁଡ଼ା ପୋଲିସ ଆଇ ଆଇସି ସୈଦମିନୀ ବେହେରା, ବିଷମକଟକ ଏସ୍ ଡି ପି ଓ ସନ୍ତୋଷିନୀ ଓରାମ୍ ରାସ୍ତା ଅବରୋଧ କରିଥିବା ଓ ବେଦାନ୍ତ ଟ୍ରେନ କୁ ଅଟକାଇ ଥିବା ନିକଟରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ