ବେଦାନ୍ତ କମ୍ପାନୀକୁ ଖଣି ମାଗି ଦେବା ନାଁରେ ଆଞ୍ଚଳିକ ବିକାଶ ପରିଷଦ ରାଜନୀତି ନକରୁ
ଲାଞ୍ଜିଗଡ଼:୨୯.୦୮.୨୫( ଫାଷ୍ଟ ନ୍ୟୁଜ ଓଡ଼ିଶା)ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କମ୍ପାନୀକୁ ଖଣି ମାଗି ଦେବା ନାଁରେ ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ରାଜନୀତି ନକରୁ ନଚେତ ଆଗାମୀ ଦିନରେ ଏହାର ଉଚିତ ଜବାବ ଦିଆଯିବ ବୋଲି ଖଣ୍ଡୁଆଲ ମାଳି ସ୍ଥାଇ ସୁରକ୍ଷା ସମିତି ସଭାପତି ବ୍ରିଟିଶ କୁମାର ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମଖରେ ଚେତାବନୀ ଦେଇଛନ୍ତି।ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଏକମାତ୍ର ବୃହତ ଶିଳ୍ପ ପ୍ରକଳ୍ପ ଭାବେ ଦୀର୍ଘ ୨୦ ବର୍ଷ ହେଲା ଲାଞ୍ଜିଗଡ଼ଠାରେ ବେଦାନ୍ତ କମ୍ପାନୀ ସ୍ଥାପିତ ହୋଇଛି । ବାହାର ରାଜ୍ୟ ବିଶେଷ କରି ବିଦେଶରୁ ବକ୍ସାଇଟ ଆଣି ଲାଞ୍ଜିଗଡ଼ସ୍ଥିତ ପ୍ରକଳ୍ପ ଚଳାଇବା ମୁସ୍କିଲ ହୋଇପଡୁଥିବା ବେଳେ ଏହାଦ୍ୱାରା ଅଞ୍ଚଳର ବିକାଶ ପ୍ରକ୍ରିୟାରେ ମଧ୍ୟ ବାଧା ଉପୁଜୁଛି। ଏପରିକି କମ୍ପାନୀ ବାହାରୁ କଞ୍ଚାମାଲ ଆଣି କ୍ଷତିରେ ପଡୁଥିବାବେଳେ କଞ୍ଚାମାଲ ଯୋଗାଇଦେବା ଦାବିରେ ଗତ ୨୨ ତାରିଖରେ କମ୍ପାନୀ ସପକ୍ଷରେ ସ୍ଥାନୀୟ କଞ୍ଚାମାଲ ଯୋଗାଇଦେବା ଦାବିରେ ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଲାଞ୍ଜିଗଡ଼ଠାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା।ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଆଞ୍ଚଳିକ ବିକାଶ ପରିଷଦର ଯେଉଁମାନେ ବେଦାନ୍ତ କମ୍ପାନୀକୁ ଖଣି ମାଗି ଦେଉଛନ୍ତି ସେମାନେ କୁହନ୍ତୁ ଯେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ କଣ ବିକାଶ ହୋଇଛି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଜିବି ଅପହଞ୍ଚ ହୋଇ ରହିଛି।ଜନ ବସତି ଅଞ୍ଚଳରେ ବେଦାନ୍ତ ରେଡ଼ମଡ ଫଣ୍ଡ ସ୍ଥାପନ କରି ଲୋକେ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି।ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇ ଅଞ୍ଚଳରେ କମ୍ପାନୀ ଥାଇ ମଧ୍ୟ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।ଗୋଟିଏ ପଟେ ଓଡ଼ିଶାର ସାଧାରଣ ଲୋକଙ୍କୁ ଚାକିରୀ ଓ ବିକାଶ ନାଁରେ ବେଦାନ୍ତ କମ୍ପାନୀ ଲୁଟୁଛି।ଅନ୍ୟପଟେ ବିକାଶ ନାଁରେ କମ୍ପାନୀର ଏଜେଣ୍ଟ ଦଲାଲ ସାଜି ସ୍ଥାନୀୟ ଓ ଆଖପାଖ ପଞ୍ଚାୟତ ଅଞ୍ଚଳର ତଥା ବାହାର ଲୋକଙ୍କୁ ନେଇ ବୈଠକ ଓ ରେଲି ନାଁରେ ସୋ କରି କମ୍ପାନୀରୁ ଜଣପିଛା ୫୦୦ ଟଙ୍କା ଦେଇ ଲୁଟୁଛନ୍ତି।ଅଞ୍ଚଳର ଆଦିବାସୀ ଓ ଦଳିତଙ୍କ ସରଳତାର ଫାଇଦା ନେଇ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଯେଉଁ ଭାଇମାନେ ବେଦାନ୍ତକୁ ସ୍ଥାନୀୟ ଖଣି ଯୋଗାଇ ଦେବାକୁ ଗ୍ରାମସଭା କିମ୍ବା ଖଣି ମାଗୁଛନ୍ତି ସେମାନେ ଙ୍କୁ ଚେତେଇ ଦେଉଛୁ ଯେ ପ୍ରଥମେ ଅଞ୍ଚଳର ବିକାଶ ପାଇଁ ଚିନ୍ତା କର,ଯେଉଁ ପିଲା ମାନେ ଦାଦନ ଖଟିବାକୁ ଯାଉଛନ୍ତି ସେମାନଙ୍କ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତା କର।ଯଦି ସ୍ଥାନୀୟ ନିୟମଗିରିକୁ ନେଇ ଗ୍ରାମସଭା କିମ୍ବା ଖଣି ପାଇଁ ରାଜନୀତି କରିବେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି |
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0