କ.ନୂଆଗାଁ ପ୍ରଶାସନ ଅନାଥ ଅବସ୍ତାରେ ଛାଡ଼ି ଦେଲେ ଉପର କଙ୍ଗେରିକିଆ ଅଙ୍ଗନୱାଡ଼ି କେନ୍ଦ୍ରକୁ ଜଳ ଓ ପାଚେରୀ ନିର୍ମାଣ କରିବା ପାଇଁ ଭୂଲି ଗଲେ
କନ୍ଧମାଳ/କ ନୂଆଗାଁ (ଫାଷ୍ଟ ନ୍ୟୁଜ୍ ଓଡ଼ିଶା)କନ୍ଧମାଳ ଜିଲ୍ଲାର କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ଉପର କଙ୍ଗେରିକିଆ ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଜଳ ଓ ପାଚେରୀ ନିର୍ମାଣ କରିବା ପାଇଁ ଭୂଲି ଗଲେ ନୂଆଗାଁ ପ୍ରଶାସନ ଅନାଥ ଅବସ୍ତାରେ ପଡ଼ି ରହିଛି ଅଙ୍ଗନୱାଡ଼ି କେନ୍ଦ୍ର। ଶିକ୍ଷା ର ବିକାଶ ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସାରା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ଛୋଟ ଶିଶୁମାନଙ୍କ ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ନିମନ୍ତେ ପିଇବା ପାଣି ଓ ପାଚେରୀ ନିର୍ମାଣ କରିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ଏଟି କୁଆଡ଼େ ବାଟ ମାରଣ ହେଇ ଗଲା କ ନୂଆଗାଁ ବ୍ଳକ ପ୍ରଶାସନକୁ ଭୁଲିଗଲେ କି ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ସରକାର ନିର୍ଦ୍ଦେଶନା ଦେଇନଥିବା ଜଣାପଡିଛି। ଯାହାରି ଫଳରେ କ ନୂଆଗାଁ ବ୍ଳକ ପ୍ରଶାସନ ଚୁପଚାପ୍ ବସି ଥିବା ଦେଖିବାକୁ ମିଳିଛି। ଏଣୁ ଉପର କଙ୍ଗେରିକିଆ ଅଙ୍ଗନୱାଡ଼ି କେନ୍ଦ୍ରରେ ନୂତନ ଭାବେ ପାଣି ଟାଙ୍କି ପାଚେରୀ ବ୍ୟବସ୍ଥା କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି। ଏହି ଦିଗରେ ଅଙ୍ଗନୱାଡ଼ି କେନ୍ଦ୍ର ରେ ପାନୀୟଜଳ ଓ ପାଚେରୀ ବ୍ୟବସ୍ଥା ନଥିବାରୁ ନାହିଁ ନଥିବା ଛୋଟ ଶିଶୁମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ସଠିକ ଭାବରେ ରହୁନଥିବା ଦେଖିବାକୁ ମିଳିଛି। ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ଉପର କଙ୍ଗେରିକିଆ ଗାଁରେ ଥିବା ଆମ ଅଙ୍ଗନୱାଡ଼ି କେନ୍ଦ୍ରରେ । କିନ୍ତୁ ଏହି ଆମ ଅଙ୍ଗନୱାଡ଼ି କେନ୍ଦ୍ର ନିମନ୍ତେ କୈାଣସି ବ୍ୟବସ୍ଥା କରାଯାଇନାହିଁ । କହିବାକୁ ଗଲେ ବିଭାଗୀୟ ଅଧିକାରୀ ମାନେ ଏହି ଅଙ୍ଗନୱାଡ଼ି କେନ୍ଦ୍ର ର କୁନି କୁନି କୋମଳମତି ଶିଶୁ ମାନଙ୍କର ସ୍ବାସ୍ଥ୍ୟକୁ ନେଇ ଖେଳ ଖେଳୁଛନ୍ତି ବୋଲି ଜିଲ୍ଲା ବାସୀଙ୍କ ମହଲରେ ନିନ୍ଦା କରାଯାଇଛି। ଦେଶର ଭବିଷ୍ୟତ ଙ୍କ ଜୀବନ ସହ ଏକ ପ୍ରକାର ଖେଳ ଚାଲିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଙ୍ଗନୱାଡ଼ି କେନ୍ଦ୍ରରେ ରୋଷେଇ ପାଇଁ ଚୁଆଁ ପାଣି ଉପରେ ନିର୍ଭର କରନ୍ତି ପାଚିକା ମହିଳା ମାନେ। ଦିନେ ନୁହେଁ କି ମାସେ ନୁହେଁ ଅଙ୍ଗନବାଡ଼ି କେନ୍ଦ୍ର ଆରମ୍ଭ ରୁ ଏପର୍ଯ୍ୟନ୍ତ ଗୋଟିଏ ନଳକୂପ ଓ ପାଚେରୀ ମଧ୍ୟ ନିର୍ମାଣ ହେଇପାରି ନାହିଁ । ଯାହା ଫଳରେ ଅଙ୍ଗନବାଡ଼ି କେନ୍ଦ୍ର ଛାତ୍ର ଛାତ୍ରୀ ଙ୍କ ରୋଷେଇ ପାଇଁ ନିଜ ଘର ପାଣି ଏକ ମାତ୍ର ସାହା ଭରଷା । ଏଣୁ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ କୁ ଦୃଷ୍ଟିରେ ରଖି ଯଥା ଶ୍ରୀଘ୍ର ଉପର କଙ୍ଗେରିକିଆ ଆମ ଅଙ୍ଗନୱାଡ଼ି କେନ୍ଦ୍ର ନିମନ୍ତେ ଏକ ନୂତନ ନଳକୂପ ନିର୍ମାଣ କରିବା ସଙ୍ଗେ ସଙ୍ଗେ ପାଣି ଟାଙ୍କିର ବ୍ୟବସ୍ଥା କରିବା ନିମନ୍ତେ ଉପର କଙ୍ଗେରିକିଆ ଗ୍ରାମର ଅଙ୍ଗନୱାଡ଼ି ହେଲପର, ସମେତ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟ ପଟେ ଏହି ଉପର କଙ୍ଗେରିକିଆ ଗ୍ରାମବାସୀ ଙ୍କ ପାଇଁ ଚୁଆଁ ପାଣି ହିଁ ଭରଷା ବୋଲି ଅଭିଯୋଗ କରିଥିବା ବେଳେ କ ନୂଆଗାଁ ପ୍ରଶାସନର ପଦକ୍ଷେପ କେବେ ନେବେ ଅପେକ୍ଷାରେ ଉପର କଙ୍ଗେରିକିଆ ଗ୍ରାମବାସୀ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0