ବୁଢ଼ାରଜା କ୍ରିକେଟ ଟୁର୍ଣାମେଣ୍ଟ ସିଜନ–୭: ଅଷ୍ଟମ ଦିବଶରେ ବଲାଙ୍ଗୀରକୁ ହରାଇ କଣ୍ଟାବାଞ୍ଜି ଏକାଦଶ ବିଜୟୀ

Dec 22, 2025 - 07:51
 0  3
ବୁଢ଼ାରଜା କ୍ରିକେଟ ଟୁର୍ଣାମେଣ୍ଟ ସିଜନ–୭: ଅଷ୍ଟମ ଦିବଶରେ ବଲାଙ୍ଗୀରକୁ ହରାଇ କଣ୍ଟାବାଞ୍ଜି ଏକାଦଶ ବିଜୟୀ

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଙ୍ଗଝର ସ୍ଥିତ ବୁଢ଼ାରଜା କ୍ରିକେଟ ପଡ଼ିଆରେ ଚାଲିଥିବା ବୁଢ଼ାରଜା କ୍ରିକେଟ ଟୁର୍ଣାମେଣ୍ଟ ସିଜନ–୭ର ଅଷ୍ଟମ ଦିବସରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କଣ୍ଟାବାଞ୍ଜି ଏକାଦଶ, ବଲାଙ୍ଗୀର ଏକାଦଶକୁ ୩୮ ରନରେ ପରାଜିତ କରି ବିଜୟ ହାସଲ କରିଛି। ମ୍ୟାଚ୍‌ରେ ବଲାଙ୍ଗୀର ଏକାଦଶ ଟସ୍ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରୁଥିବା କଣ୍ଟାବାଞ୍ଜି ଏକାଦଶ ୭ଟି ୱିକେଟ ହରାଇ ୧୪୬ ରନ ସଂଗ୍ରହ କରିଥିଲା। ଲକ୍ଷ୍ୟ ପଛୁଆ କରି ବଲାଙ୍ଗୀର ଏକାଦଶ ସମ୍ପୂର୍ଣ୍ଣ ୧୦ଟି ୱିକେଟ ହରାଇ ୧୦୮ ରନରେ ସୀମିତ ରହିଥିଲେ। ଆଜିର ମ୍ୟାଚ୍‌ରେ କଣ୍ଟାବାଞ୍ଜି ଏକାଦଶର ବୁଲୁ ପୁଟେଲ ୪୨ ରନ ସଂଗ୍ରହ କରିବା ସହ ୩ଟି ୱିକେଟ ଅଧିକାର କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ତାଙ୍କ ଏହି ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ସେ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଭାବେ ପୁରସ୍କୃତ ହୋଇଥିଲେ। ମ୍ୟାଚ୍‌ର ମୁଖ୍ୟ ଅତିଥି ଭାବରେ ଖରିଆର ବ୍ଲକ ଅଧ୍ୟକ୍ଷ୍ୟା ପୁଷ୍ପାଞ୍ଜଳି ନନ୍ଦ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ସିଙ୍ଗଝର ରାଜସ୍ୱ ଅଧିକାରୀ ଅରୁଣ ଅଗ୍ରୱାଲ ଓ ସିନାପାଲି ମହାବିଦ୍ୟାଳୟ ର ଅଧ୍ୟାପକ ବ୍ରଜମୋହନ ଧାକଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଅମ୍ପାୟାର ଭାବରେ ଗଗନ ବିହାରୀ ନାଏକ ଓ ଧନଞ୍ଜୟ ମେହେର ଖେଳ ପରିଚାଳନା କରିଥିବା ବେଳେ ମ୍ୟାଚ୍ ରେଫରି ଭାବରେ ଭୁତେ ବୈଠାରୁ ଦାୟିତ୍ୱ ପାଳନ କରିଥିଲେ। ଭାସ୍ୟାକାର ଭାବରେ ପ୍ରକାଶ ପାତ୍ର, ବିଜୁ ସେଠି, ଭିମରାଜ ତାଣ୍ଡି ଓ ଧନଞ୍ଜୟ ମଲ୍ଲିକ ହିନ୍ଦୀ, ଓଡ଼ିଆ ଓ ଇଂରାଜୀ ଭାଷାରେ ଧାରାବିବରଣୀ ପ୍ରଦାନ କରିଥିଲେ। ସ୍କୋରର ଭାବରେ ଶାନ୍ତନୁ ବୈଠାରୁ, ଆକାଶ ବୈଠାରୁ, ପ୍ରଦୀପ ନାୟକ ଓ ପ୍ରକାଶ ମାଝି ଦାୟିତ୍ୱ ନିର୍ବାହ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ