ବିଶ୍ୱବିଦ୍ୟାଳୟରେ ସାନ୍ତାଳୀ ବିଭାଗର ଜାତୀୟ ଆଲୋଚନାଚକ୍ର ଭାଷା ଏବଂ ଲିପି ହିଁ ଗୋଟିଏ ଜାତିର ସ୍ୱତନ୍ତ୍ରତା ପ୍ରତିପାଦିତ କରିଥାଏ

Dec 23, 2025 - 22:12
 0  2
ବିଶ୍ୱବିଦ୍ୟାଳୟରେ ସାନ୍ତାଳୀ ବିଭାଗର ଜାତୀୟ ଆଲୋଚନାଚକ୍ର ଭାଷା ଏବଂ ଲିପି ହିଁ ଗୋଟିଏ ଜାତିର ସ୍ୱତନ୍ତ୍ରତା ପ୍ରତିପାଦିତ କରିଥାଏ

ବାରିପଦା ତା ୨୩/୧୨(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ସାନ୍ତାଳୀ ବିଭାଗ ଦ୍ଵାରା ଏକ ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହୋଇଯାଇଛି. ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ପାଳନ ଅବସରରେ ଭାରତ ସରକାରଙ୍କ ପି.ଏମ. ଉଷା କାର୍ଯ୍ୟକ୍ରମ ପ୍ରାୟୋଜିତ ପରିବର୍ତ୍ତନଶୀଳ ବିଶ୍ୱରେ ଅଲଚିକି ଲିପି- ଆହ୍ୱାନ ଏବଂ ସମ୍ଭାବନା ଶୀର୍ଷକ ଏହି ଜାତୀୟ ଆଲୋଚନାଚକ୍ରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଉଦଘାଟନ କରି ଭାଷା ଏବଂ ଲିପି ହିଁ ଗୋଟିଏ ଜାତିର ସ୍ୱତନ୍ତ୍ରତା ପ୍ରତିପାଦିତ କରିଥାଏ ବୋଲି କହିଥିଲେ. ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ନାକୁ ହାଁସଦା ମୁଖ୍ୟ ବକ୍ତା ଭାବେ, ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଚୁନିୟାନ ରଘୁ ମୁର୍ମୁ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ, ବିଶ୍ୱବିଦ୍ୟାଳୟ ପି.ଏମ. ଉଷା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଣ୍ଡିତ ରଘୁନାଥ ମୁର୍ମୁ ଅଲଚିକି ଲିପି ସୃଷ୍ଟି କରି ସାନ୍ତାଳୀ ସମାଜକୁ ଏକ ନିଜସ୍ୱ ଲିପି ଦେଇଥିଲେ ଏବଂ ଏହାର ଶତବର୍ଷ ଉତ୍ସବ ସାନ୍ତାଳୀ ଭାଷାର ବିକାଶରେ ଏକ ମାଇଲଖୁଣ୍ଟ. ଏଣୁ ଏହାକୁ ସଂରକ୍ଷଣ କରି ନୂଆ ପିଢ଼ିକୁ ହସ୍ତାନ୍ତର କରିବାକୁ ହେବ ବୋଲି କହିଥିଲେ. ଆଲୋଚନାଚକ୍ରର ଆବାହକ ତଥା ବିଭାଗୀୟ ସଂଯୋଜକ ଡ. ଯତୀନ୍ଦ୍ର ନାଥ ବେଶ୍ରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ବିଷ୍ଣୁପ୍ରିୟା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ. ଏହି ଜାତୀୟ ଆଲୋଚନାଚକ୍ରରେ ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରା, ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ଅବରରପ୍ରାପ୍ତ ପ୍ରଫେସର ଡ. ରତନ ହେମ୍ବ୍ରମ, ସହକାରୀ ପ୍ରଫେସର ଡ. ଖୁଦିରାମ ମୁର୍ମୁ, ଏମପିସି ଅଟୋନମସ କଲେଜର ସହକାରୀ ପ୍ରଫେସର ଡ. ଲକ୍ଷ୍ମଣ ବାସ୍କେ, ଭୁବନେଶ୍ୱର କିସ୍‌ର ଏକାଡେମିକ ନିର୍ଦ୍ଦେଶକ ଡା. କାଡେ ସୋରେନ, ସିଧୋ କାହ୍ନୋ ବିର୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ପାଲଟନ ମୁର୍ମୁ, ଶାନ୍ତିନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ରାମୁ ହେମ୍ବ୍ରମ, ସାନ୍ତାଳୀ ୱିକିପେଡ଼ିଆର ଏଡ୍‌ମିନ୍‌ ଶ୍ରୀ ଆର୍‌. ଅଶ୍ୱିନୀ ବଞ୍ଜମ ମୁର୍ମୁ, ପଶ୍ଚିମବଙ୍ଗ ବେଲଦା କଲେଜର ସହକାରୀ ପ୍ରଫେସର ଡ. ଶ୍ୟାମ ମୁର୍ମୁ, ବାଙ୍କୁରା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଅଞ୍ଜନ କର୍ମକାର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ