ବିଶ୍ୱ କଳା ମୋତିଆ ବିନ୍ଦୁ (ଗ୍ଲକମା) ସପ୍ତାହ ପାଳିତ

Mar 15, 2025 - 19:22
 0  12
ବିଶ୍ୱ କଳା ମୋତିଆ ବିନ୍ଦୁ (ଗ୍ଲକମା) ସପ୍ତାହ ପାଳିତ

ନୂଆପଡା : ସମଗ୍ର ବିଶ୍ୱରେ 9 ରୁ-15 ମାର୍ଚ୍ଚ ମଧ୍ୟରେ ବିଶ୍ୱ କଳା ମୋତିଆବିନ୍ଦୁ ସପ୍ତାହ ପାଳିତ ହେଉଛି। ଏହି ଅବସରରେ 13 ତାରିଖରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଜନ ସଚେତନତା ସମାରୋହ ପାଳିତ ହୋଇଯାଇଛି। ଦିବସ ପ୍ରାରମ୍ଭରେ ସମସ୍ତ ନର୍ସିଂ କଲେଜର ଛାତ୍ରଛାତ୍ରୀ ମାନଂକୁ ନେଇ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥଲା । ଏହାକୁ ଜିଲ୍ଲା ଅନ୍ଧତ୍ବ ଦୂରୀକରଣ ସଂସ୍ଥା (ଡି.ବି.ଏସ) କାର୍ଯ୍ୟକ୍ରମ ପରିଚାଳିକା (ଡିପିଏମ ) ଡ଼ା. ଲାଲୀଶ୍ରୀ ଭୋକ୍ତା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅତିରିକ୍ତ ଜନ ସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲଙ୍କ ନେତୃତ୍ୱରେ ଏହି ରାଲି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ଏକତା ଛକ, ଜିଲ୍ଲାପାଳ କାର୍ଯ୍ୟାଳୟ ଛକ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷଠାରେ ପହଂଚିଥିଲା। ଏହାପରେ ସଭାକାର୍ଯ୍ୟ ଡି.ଏଚ.ଏଚ ଏମ.ଓ (ଏମ.ଏସ) ଡ଼ା. ଲଳିତ ମୋହନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଚକ୍ଷୁ ବିଶେଷଜ୍ଞ ଡ଼ା. ଲାଲୀଶ୍ରୀ ଭୋକ୍ତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ପରିସଂଖ୍ୟାନ ନିରୀକ୍ଷକ ମୀନକେତନ ମାଝୀ, ସୁଶୀଳାଦେବୀ ନର୍ସିଂ କଲେଜ ଓ ଜଗନ୍ନାଥ ନର୍ସିଂ କଲେଜର ଶିକ୍ଷୟତ୍ରୀମାନେ ଅତିଥି ଭାବରେ ଯୋଗଦେଇ କଳମୋତିଆବିନ୍ଦୁ ର ଭୟାବହତା ଓ ଏଥିରୁ ରକ୍ଷା ପାଇବା ଉପାୟ ଉପରେ ବିଶଦ ଆଲୋଚନା କରିଥିଲେ। ସଭାରେ ଶତାଧିକ ନର୍ସିଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ