।। ବିଶ୍ଵନାଥପୁର ଥାନାରେ ମାଁ ହିରାନୀଳା ଡିଗ୍ରୀ କଲେଜ ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁଙ୍କ ନାଁରେ ଅଭିଯୋଗ ଘଟଣା ।।

Nov 19, 2023 - 18:17
Nov 19, 2023 - 18:20
 0  21
।। ବିଶ୍ଵନାଥପୁର ଥାନାରେ ମାଁ ହିରାନୀଳା ଡିଗ୍ରୀ କଲେଜ ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁଙ୍କ ନାଁରେ ଅଭିଯୋଗ ଘଟଣା ।।

ଲାଞ୍ଜିଗଡ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଥାନାରେ କିଛି ଦିନ ତଳେ ବିଶ୍ଵନାଥପୁର ଗ୍ରାମବାସୀ ମାଁ ହୀରାନିଳା ଡିଗ୍ରୀ କଲେଜର ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁଙ୍କ ବିରଦ୍ଧରେ ଏକ ଅଭିଯୋଗ ଦାୟର କରିଥିଲେ। ସୂଚନା ଅନୁଯାୟୀ ବିଶ୍ଵନାଥପୁର ଗ୍ରାମବାସୀଙ୍କ କହିବା ମୁତାବକ ରମେଶ ସାହୁ ରାତି ୧୧ ଘଣ୍ଟା ସମୟରେ ବିଶ୍ଵନାଥପୁର ବସ୍ତିପଡ଼ାକୁ ଆସି ଗ୍ରାମର ସମସ୍ତ ମହିଳା ଓ ପୁରୁଷ ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜାତିଆଣ ଆକ୍ଷେପ କରି ଗାଁରେ ବୋମା ପକେଇ ଦେବି ବୋଲି କହିବା ସହ ଗାଁ ଗୈାତିଆ ପ୍ରଦୀପ ଘଡେ଼ଇଙ୍କୁ ଗୁଣ୍ଡା ଲଗେଇ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିବା ଅଭିଯୋଗ ହୋଇ କେସ ନମ୍ବର ୯୮-୨୯୫ /୫୦୬ରେ ମାମଲା ରୁଜୁ ହୋଇଥିଲା l

ଏ ସମ୍ପର୍କ ପୂର୍ବତନ କଲେଜ ଅଧ୍ୟକ୍ଷ ଶ୍ରୀ ସାହୁ ଙ୍କୁ ପଚାରିବାରୁ କାହାକୁ ଗାଳିଗୁଲଜ ବା ଧମକ ଦେଇନି କି କୌଣସି ଭାଷା ପ୍ରୟୋଗ କରିନି ଯଦିବି ଗାଳିଗୁଲଜ କଲି ରାତି ୧୧ ଘଣ୍ଟା ସମୟରେ କିଏ ଶୁଣୁଥିଲା ଏହା ମୋ ପ୍ରତି ଗୋଟିଏ ବଡ ଷଡଯନ୍ତ୍ର କରାଯାଇଛି ତେବେ ପୋଲିସ ପ୍ରଶାସନ ଙ୍କୁ ଅନୁରୋଧ କରୁଛି ଏହାର ସଟିକ ଦଦନ୍ତ କରାଯାଉ ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠା ନିଆଁ ଯାଉ l

 ଲାଞ୍ଜିଗଡ଼ ବ୍ଲକ ରୁ ସାଗର ବେନାଲ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ