ବିନା କୋଚିଂରେ ସଫଳତା ପାଇଲେ ବଡ଼ସାହିର ଜୟଶ୍ରୀ ଦଳେଇ

Sep 30, 2025 - 15:36
 0  117
ବିନା କୋଚିଂରେ ସଫଳତା ପାଇଲେ ବଡ଼ସାହିର  ଜୟଶ୍ରୀ ଦଳେଇ

ବାରିପଦା : ବଡ଼ସାହି ବ୍ଲକ କଇଁଶାଳି ଗ୍ରାମର ବିଶ୍ୱଜିତ ଦଳେଇ ଓ କଳ୍ପଲତା ଦଳେଇଙ୍କ କନ୍ୟା ତଥା ଗଜପତି ଜିଲ୍ଲାର ଲୁଗାଗୁଡ଼ି ଗ୍ରାମର ସ୍ବର୍ଗତଃ ଭିକାରୀ ଚରଣ ପାତ୍ର ଓ ସ୍ବର୍ଗତାଃ କୃଷ୍ଣା ପାତ୍ରଙ୍କ ପୁତ୍ରବଧୂ ଜୟଶ୍ରୀ ଦଳେଇ ଓଡିଶା ପ୍ରଶାସନିକ ସେବା ପରୀକ୍ଷା -୨୦୨୩ରେ ୨୩୧ ରାଙ୍କ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ର ଜୀବନରେ ସେ ଜଣେ ଅଧ୍ୟବସାୟୀ ମେଧାବୀ ଛାତ୍ରୀ ଭାବେ ପରିଚିତା ଥିଲେ। ସେ ୨୦୦୭ ମସିହାରେ ବଡ଼ସାହି ଉଚ୍ଚ ବିଦ୍ୟାଳୟରୁ ମ୍ୟାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ୨୦୦୯ରେ ବଡ଼ସାହି ପିଏସ କଲେଜରୁ ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ,୨୦୧୨ରେ ଏମ ପି ସି ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଯୁକ୍ତ ତିନି ରେ ରସାୟନ ବିଜ୍ଞାନ ସମ୍ମାନ ସହ ପ୍ରଥମ ଶ୍ରେଣୀରେ ଏବଂ ୨୦୧୪ ରେ ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ରୁ ରସାୟନ ବିଜ୍ଞାନରେ ଟପ୍ପର ହୋଇ ଉତ୍ତୀର୍ଣ୍ଣ ହୋଇଥିଲେ। ପିଲାଦିନେ ତା'ଙ୍କ ଜେଜେବାପା, ବଡ଼ସାହିରେ ଡାକ୍ତର ଭାବେ କାର୍ଯ୍ୟରତ ଥିବା ସ୍ୱର୍ଗତଃ ବୃନ୍ଦାବନ ଚନ୍ଦ୍ର ଦଳେଇଙ୍କ ଲୋକଙ୍କ ସେବା କରିବା ମନଭାବ ତାଙ୍କୁ ଅନେକ ମାତ୍ରାରେ ଅନୁପ୍ରାଣିତ କରିଥିଲା। ସେଥିପାଇଁ ପାଠ ପଢା ପରେ ସେ ଓଡିଶା ସିଭିଲ ସର୍ଭିସରେ ଯୋଗ ଦେବା ପାଇଁ ମନ ବଳାଇ ଥିଲେ। ବିବାହ ପରେ ତା'ଙ୍କ ଶ୍ଵଶୁରାଳୟର ଲୋକଙ୍କ ଦ୍ୱାରା ଉତ୍ସାହିତ ହୋଇ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ସେ ଦୁଇ ଦୁଇ ଥର ବିଫଳ ହେଲେବି ହାର ମାନି ନଥିଲେ, ପରିବାର ବର୍ଗଙ୍କ ପ୍ରେରଣା ଓ ଉତ୍ସାହରେ ଇଶ୍ୱରଙ୍କ ପ୍ରତି ବିଶ୍ୱାସ ରଖି ଜଣେ ସୁଗୃହିଣୀ ଭାବେ ନିଜ ଦାୟିତ୍ୱ ତୁଲାଇବା ସହ ତା'ଙ୍କର ପ୍ରଚେଷ୍ଟା ଜାରି ରଖିଥିଲେ ଏବଂ କୌଣସି ପ୍ରକାର କୋଚିଂ ନନେଇ ନିଜର କଠିନ ପରିଶ୍ରମ ବଳରେ ତୃତୀୟ ଥରରେ ତା'ଙ୍କ ଲକ୍ଷ୍ୟ ହାସଲରେ ସଫଳ ହୋଇପାରିଛନ୍ତି। ସେ ତା'ଙ୍କର ଏହି ସଫଳତା ପାଇଁ ଇଶ୍ୱରଙ୍କ ଆଶୀର୍ବାଦ, ପରିବାରବର୍ଗ,ଶିକ୍ଷକ ଶିକ୍ଷୟିତ୍ରୀ,ଅଧ୍ୟାପକ ଅଧ୍ୟାପିକାଙ୍କୁ ଶ୍ରେୟ ଦେଇଛନ୍ତି। ପ୍ରକାଶ ଥାଉକି ତା'ଙ୍କ ସ୍ୱାମୀ ଶ୍ରୀ ଅତନୁ କୁମାର ପାତ୍ର ମଧ୍ୟ ୨୦୧୯ ବ୍ୟାଚର ଜଣେ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଯିଏକି ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ସବ ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ