ବିଧାୟକ ପତ୍ନୀଙ୍କ ଗାଡ଼ିର ଚାଲାଣ କାଟିଲେ ବୋଲି ମହିଳା ଏସ୍‌ପିଙ୍କୁ ରଖେଇ ଦେଲେନି ସରକାର

Nov 12, 2024 - 17:01
 0  7
ବିଧାୟକ ପତ୍ନୀଙ୍କ ଗାଡ଼ିର ଚାଲାଣ କାଟିଲେ ବୋଲି ମହିଳା ଏସ୍‌ପିଙ୍କୁ ରଖେଇ ଦେଲେନି ସରକାର

ମୁଖ୍ୟମନ୍ତ୍ରୀ ସୁଖୁବିନ୍ଦର ସୁଖୁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଇଲ୍‌ମା ଯୋଗ ଦେଇଥିଲେ। ଏଠାରେ ସେ କ୍ଷମତାସୀନ ଦଳର ନେତା ଏବଂ ପୁଲିସ ଅଧିକାରୀଙ୍କୁ ଭେଟି ଥିଲେ। ସେହି ଦିନ ହିଁ ସେ ବଦ୍ଦି ଫେରି ଆସିଥିଲେ। ରାତିରେ ଜିନିଷ ପତ୍ର ବାନ୍ଧି ସକାଳେ ବାସଭବନ ଖାଲି କରି ପଳାଇ ଥିଲେ। ରିପୋର୍ଟ ଅନୁଯାୟୀ ବଦ୍ଦିରେ ଏକ ଗୁଳିକାଣ୍ଡ ଘଟିଥିଲା। ଏଥିରେ ସ୍କ୍ରାପ ବ୍ୟବସାୟୀ ରାମକିଶନଙ୍କ ବୁଲେଟପ୍ରୁଫ୍‌ ଗାଡ଼ି ଉପରେ ଗୁଳିମାଡ଼ କରାଯାଇଥିଲା। ଇଲ୍‌ମା ଏହି ମାମଲାର ଯାଞ୍ଚ କରୁଥିଲେ। ବନ୍ଧୁକ ଲାଇସେନ୍ସ ପାଇଁ ରାମକିଶନ ଜାଣିଶୁଣି ନିଜ ଉପରେ ଏହି ଗୁଳିମାଡ଼ କରାଇଥିବା ତଦନ୍ତରୁ ଜଣା ପଡ଼ିଥିଲା। ସେ ପୁଲିସକୁ ସର୍ବଭାରତୀୟ ଗନ୍‌ ଲାଇସେନ୍ସ ଦାବି କରୁଥିଲେ। କିନ୍ତୁ ପୁରୁଣା ରେକର୍ଡ ଯୋଗୁଁ ତାଙ୍କୁ ମଞ୍ଜୁରି ଦିଆଯାଇ ନ ଥିଲା। ଏଥିପାଇଁ ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ସେ କଂଗ୍ରେସ ନେତାଙ୍କ ଘନିଷ୍ଠ। ତେଣୁ ମାମଲା ହଟାଇବା ପାଇଁ ଏସ୍‌ପିଙ୍କ ଉପରେ ଚାପ ପକା ଯାଉଥିଲା। କିନ୍ତୁ ସେ ନଇଁ ନ ଥିଲେ। ଏହି ମାମଲା ସିମ୍‌ଲାରେ ପହଞ୍ଚି ଯାଇଥିଲା। ବରିଷ୍ଠ ଅଧିକାରୀଙ୍କ ଚାପ ମଧ୍ୟ କାମ ଦେଇ ନ ଥିଲା। ଇଲ୍‌ମା ଏହାର ତଦନ୍ତ ବନ୍ଦ କରିବାକୁ ମନା କରି ଦେଇଥିଲେ। ସେହିପରି ବିଧାୟକଙ୍କ ସହ ବିବାଦ ପରେ ମହିଳା ଏସ୍‌ପିଙ୍କ ବଦଳି ପାଇଁ ଯୋଜନା କରାଯାଇଥିଲା। ମାତ୍ର ସେତେବେଳେ ନାଲାଗଢ଼ ଯୌନ ଉତ୍ପୀଡ଼ନ ମାମଲା ସାମ୍‌ନାକୁ ଆସିଥିଲା। ହାଇକୋର୍ଟ ଏହି ମାମଲାର ତଦନ୍ତ ଦାୟିତ୍ବ ଇଲ୍‌ମାଙ୍କୁ ପ୍ରଦାନ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ