"ବିଦ୍ୟାର୍ଥୀର ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ବିଦ୍ୟାରମ୍ଭ ସଂସ୍କାର ଜରୁରୀ " (ସଚ୍ଚିଦାନନ୍ଦ ଗୁରୁକୁଳ ରେ ପାଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ)

Dec 29, 2025 - 17:51
 0  1
"ବିଦ୍ୟାର୍ଥୀର ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ବିଦ୍ୟାରମ୍ଭ ସଂସ୍କାର ଜରୁରୀ " (ସଚ୍ଚିଦାନନ୍ଦ ଗୁରୁକୁଳ ରେ ପାଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ)

ବାରିପଦା - ତା:- ୨୯/୧୨/୨୦୨୫ ରିଖ ସ୍ଥାନୀୟ ମୁର୍ଗାବାଡି ସ୍ଥିତ ସଚ୍ଚିଦାନନ୍ଦ ଗୁରୁକୁଳରେ ନିଆରା ଢଙ୍ଗରେ ବାର୍ଷିକ ଉତ୍ସବ ପାଳନ କରଯାଇଛି I ପଞ୍ଚ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ସହିତ ବିଦ୍ୟାରମ୍ଭ ସଂସ୍କାର ମହୋତ୍ସବ ପାଳନ ହୋଇଯାଇଛି। ଜୀବନ ଓ ଜୀବିକା ଶିକ୍ଷା ପ୍ରଦାନ କରୁଥିବା ଏହି ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ଭରା ବଣ ଭିତରେ ହରିଦ୍ଵାର ସ୍ଥିତ ଦେବ ସଂସ୍କୃତି ବିଶ୍ଵବିଦ୍ୟାଳୟର ଅଧ୍ୟରତା ଦେବକନ୍ୟା ପଲକ ପ୍ରସାଦ, ସଜଲ୍ ପଟେଲ ଓ ସାକ୍ସୀ ସଂଖେଡେଙ୍କ ସମେତ ଗାୟତ୍ରୀ ପରିବାରର ଜିଲ୍ଲା ସଂଯୋଜକ ରସାନନ୍ଦ ବଳ, ସଂଗଠକ ଗଗନ ବିହାରୀ ବେହେରା, ଅମୂଲ୍ୟ ପରିଡା, ଯୁବ ସଂଯୋଜକ ବାଙ୍କ ବିହାରୀ ସିଂ ଗାୟତ୍ରୀ ଯଜ୍ଞ ସହିତ ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାଇ ସଙ୍ଗମ ଗିରି, ଜିଦାନ ମୁର୍ମୁ ଓ ହରପ୍ରୀୟା ମହାର୍ନାଙ୍କୁ ଶ୍ରେଷ୍ଠ ସେବକ ସମ୍ମାନ, ୱାଟରଲିଲି ମୁର୍ମୁ, ରଶ୍ମିତା ପ୍ରଧାନ, ସୃତି ମହାକୁଡ, ହିମାଂଶୁ ନାୟକ ଙ୍କୁ ଶ୍ରେଷ୍ଠ ବିଦ୍ୟାର୍ଥୀ, ସୁନ୍ଦର ସିଂ ଓ ରଘୁନାଥ ନାୟକ, ଭାରତୀ ମହାନାୟକ ଓ କାଜଲ ଷଣ୍ଢ, ଦୀପକ ମିଶ୍ର , ସତ୍ୟଜିତ ପଟ୍ଟନାୟକ ଙ୍କୁ ଶ୍ରେଷ୍ଠ ଅଭିଭାବକ ଭାବେ ଏବଂ ଗୌରାଙ୍ଗ ଧୀର ଓ ପ୍ରିୟଦର୍ଶିନୀ ବେହେରାଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ମାନିତ କରାଯାଇଥିଲା I ଗୁରୁକୁଳର ଆଈମା ସ୍ନେହଲତା ବେହେରା, ଟ୍ରଷ୍ଟି ଉର୍ମିଳା ବେହେରା, ବିରଞ୍ଚି ନାରାୟଣ ବେହେରା ଓ ସବ୍ୟସଚୀ ପଲେଇ, ବିଷ୍ଣୁପଦ ଵେରା, ଅବସରପ୍ରାପ୍ତ ସି ଆର ପି ଏଫ୍ କମାଣ୍ଡର ରଖାଲ ଚନ୍ଦ୍ର ବରା , କ୍ଷୀରୋଦ ମହାପାତ୍ର ବାର୍ଷିକ ଉତ୍ସବ ପରିଚାଳନା କରିଥିଲେ I ବିଭିନ୍ନ କ୍ଷେତ୍ର ସଫଳତା ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୂର୍ବତନ ନର୍ସିଂ ଡାଇରେକ୍ଟର ଡା ପ୍ରାଣକୃଷ୍ଣ ବେହେରା, ସମାଜସେବୀ ନିରୋଜ ପୋଥଳ, ଶିକ୍ଷକ ସୋମନାଥ ସିଂହ ଓ ଆର ଡି ର ଅଧ୍ୟକ୍ଷ ସାଇ ପ୍ରକାଶ ମହାନ୍ତି, ଶିକ୍ଷାବିତ୍ ହୃଦାନନ୍ଦ ଆଚାର୍ଯ୍ୟ ପ୍ରମୁଖ ପୁରସ୍କାର ପ୍ରଦାନ କରିଥିଲେ। କୈଳାଶ ଦାଶ ସ୍ଵାଗତ ଭାଷଣ ଦେଇଥିଲେ ସ୍ୱାଗତିକା ସାହୁ, ମନ୍ଦାକିନୀ ମହାନ୍ତ, ପ୍ରୀତି ବୈଠା, ଲିପି ଗିରି, ସୁବାସ ତିୱାରୀ ପ୍ରମୁଖ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ