।। ବି.ଏସ. ଏନ.ଏଲ. ନେଟ ୱାର୍କ ତିନି ମାସ ହେଲା ବିଛିର୍ନ୍ନ ଟାୱାର କୁ ନେଇ ଦୁଇ ପଞ୍ଚାୟତ ବାସି ହନ୍ତ ସନ୍ତ ।।

Mar 2, 2024 - 20:21
 0  31
।। ବି.ଏସ. ଏନ.ଏଲ. ନେଟ ୱାର୍କ ତିନି ମାସ ହେଲା ବିଛିର୍ନ୍ନ  ଟାୱାର କୁ ନେଇ ଦୁଇ ପଞ୍ଚାୟତ ବାସି ହନ୍ତ ସନ୍ତ ।।

ବି. ଏସ.ଏନ.ଏଲ.ଟାୱାର କୁ ନେଇ ବି.ଡ଼ି.ଓ.ବଡ଼ଚ୍ଛତରଙ୍ଗ ପଞ୍ଚାୟତ ବାସି ଆଙ୍କର.. ସରକାର ଡିଜିଟାଲ ଭାରତ କରିବା ପାଇଁ କୋଟି କୋଟି ଟଙ୍କା ରାଜ କୋଷ ରୁ ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ନିରୀହ ଗରିବ ଏବଂ ଦୁର୍ଗମ ଅଞ୍ଚଳ ର କେମିତି ସିଧା ସଳଖ ଯୋଗାଯୋଗରେ ରହିବା ପାଇଁ ବିଭିନ୍ନ ନେଟ ୱାର୍କ ମାଧ୍ୟମରେ ଯୋଗାଯୋଗ କରିବା ସୁବିଧାହେବା ସୂଚନା ଦେଇଛନ୍ତି l ଥୁଆମୂଳ ରାମପୁର ବ୍ଲକ ଏକ ବନପାହାଡ଼ ଘେରା ଅଞ୍ଚଳରେ ଥିବା ବଡ଼ଛତରଙ୍ଗ ଓ ମହୁଲ ପାଟଣା ଦୁଇଟି ପଞ୍ଚାୟତ ରେ ସଂଯୋଗ ହୋଇ ଥିବା ବି. ଏସ. ଏନ. ଏଲ. ନେଟୱାର୍କ ନୂତନ ରାସ୍ତା ନିର୍ମାଣ ହେଉ ଥିବା ଯୋଗୁ ତିନି ମାସ ହେଲା ତେଣୁ ଏହା ନେଇ ବଡଛତରଙ୍ଗ ପଞ୍ଚାୟତ ବାସି ତା 2/03/2024ରିଖ ଥୁଆମୂଳ ରାମପୁର ବ୍ଲକ ବି.ଡ଼ି.ଓ ଥାନା ରେ ବି ଲିଖିତ ଭାବରେ ଅଭିଯୋଗ ପତ୍ର ଦେଇଛନ୍ତି l ନେଟ ୱାର୍କ ସମସ୍ୟା କୁ ନେଇ ବି.ଏସ.ଏନ.ଏଲ. ବିଭାଗ ର ବି.ବି.ଏନ. ଏଲ. ଯୁଗଳ ବାବୁଙ୍କୁ ଫୋନରେ ଯୋଗାଯୋଗ କରିବାପରେ ବାବୁ ଜଣକ ଉତ୍ତପ୍ତ ହୋଇ ଆମକୁ ଖାଇବା ଶୋଇବା ଆପଣ କଣ ବୁଝିବେ ତ ଆଉ ଆମେ ଯିବୁ କିନ୍ତୁ ରାସ୍ତା ନିର୍ମାଣ କରୁଥିବା କେବେ ଅଭିଯୋଗ କରିଛ କି ଆପଣ ମାନେ ଯାଇ ସେଠାରେ ଜଗୁଆଳି ରହିବେହେଲେ ଭଲ ହୋଇ ଥାନ୍ତା l କିଛି ଲୋକ ଫୋନ କଲେ ନାଲି ଆଖି ଦେଖାଇ ଧମକଚମକ ଦେବା କଥା ଆମେ କହୁନୁ ଆଜ୍ଞା କହୁଛନ୍ତି ବଡ଼ଚ୍ଛତରଙ୍ଗ ବାସି l ଟେଲିକମ ବିଭାଗ ଦ୍ୱାରା ବିଭିନ୍ନ ସମସ୍ୟା କୁ ନେଇ ଲୋକପାଖରେ ଖବର ପହଞ୍ଚାଇବା ପାଇଁ ଏହା ଏକ ମାଧ୍ୟମ ହୋଇଛି l ବିଭାଗ ର କର୍ମଚାରୀ ମାନଙ୍କ ଅବହେଳା ଯୋଗୁ ସାଧାରଣ ଜନତା ନେଟ ୱାର୍କ ପାଇଁ ହନ୍ତସନ୍ତ ହୋଇ ହେଉଛନ୍ତି l ଏହାର ସମାଧାନ ତୁରନ୍ତ କରିବା ନେଇ ସାଧାରଣ ରେ ଦାବି ଏବଂ ଉଚ୍ଚ ପଦାଧିକାରୀ ତଦନ୍ତ କରି କେଉଁ କାଯ୍ୟନୁଷ୍ଠାନ ନେବେ ତାହା ସମୟ କହିବ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ