ବାଲିଗୁଡା ଏନଏସି ରେ କାଉନସିଲ ବୈଠକ

Aug 1, 2025 - 16:32
 0  11
ବାଲିଗୁଡା ଏନଏସି ରେ କାଉନସିଲ ବୈଠକ

ବାଲିଗୁଡା: (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସଭାଗୃହ ଠାରେ ୧୨ ତମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା |ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ସାଂସଦ ନଗର ପ୍ରତିନିଧି ଆଦିକନ୍ଦ ପଟନାୟକ , ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ ସମେତ ସମସ୍ତ କାଉନସିଲର ମାନେ ଉପସ୍ଥିତ ରହି ବାଲିଗୁଡା ଏନଏସି ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କ ରେ ଆଲୋଚନା କରିଥିଲେ |ଏହି କାଉନସିଲ ବୈଠକ ରେ ବିଭିନ୍ନ ୱାର୍ଡ ରେ ଚାଲି ଥିବା ରାସ୍ତା ଘାଟ, ଡ୍ରେନେଜସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହର ପରିମଳ ବ୍ୟବସ୍ଥା ସୌନ୍ଦର୍ଯ୍ୟ କରଣ,ଟ୍ରାଫିକ ସମସ୍ୟା, ଆଲୋକିକରଣ ସମେତ ସହର ରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ବିଷଦ ଭାବରେ ଆଲୋଚନା ହୋଇ ଥିଲା | ଏଥି ସହିତ ଆଗାମୀ ସ୍ୱାୟତ୍ତ ଶାସନ ଦିବସ ଓ ସ୍ୱାଧୀନତା ଦିବସ ପାଳନ ସମ୍ପର୍କ ରେ ମଧ୍ୟ କାଉନସିଲ ବୈଠକ ରେ ଆଲୋଚନା ହୋଇଛି | ଏହି ବୈଠକ ରେ ସମସ୍ତ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ |

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ