।। ବାରିପଦାରେ ଶ୍ରୀଗୁରୁ ଭାଗବତ ପାଲିଙ୍କି ଶୋଭାଯାତ୍ରା ।।

Sep 30, 2024 - 19:39
 0  7
।। ବାରିପଦାରେ ଶ୍ରୀଗୁରୁ ଭାଗବତ ପାଲିଙ୍କି ଶୋଭାଯାତ୍ରା ।।

ବାରିପଦା - ତା:- ୩୦/୦୯/୨୦୨୪ ରିଖ ବଡବଜ଼ାର ସ୍ଥିତ "ବଡଦାଣ୍ଡ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ" ରୁ ପୂଜ୍ୟ ଗୁରୁଜୀ ଡ଼ଃ ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ନଅ ଖଣ୍ଡ ଶ୍ରୀଗୁରୁ ଭାଗବତ ଗ୍ରନ୍ଥକୁ ଏକ ସୁସଜ୍ଜିତ ପାଲିଙ୍କିରେ ଶତାଧିକ ଭକ୍ତ ପାଲିଙ୍କି ଶୋଭାଯାତ୍ରା ରେ ବାହାରି ବଡବଜ଼ାର, ମା ଅମ୍ବିକା ମନ୍ଦିର, ବେଲଗାଡ଼ିଆ, ବାଘଘର ରାସ୍ତା ହୋଇକି ଭୁଗୁଡ଼ାକଟା ସ୍ଥିତ "ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ଭଂଜପୁର" ରେ ଶ୍ରୀଗୁରୁ ଭାଗବତ ପାରାୟଣ ସହ ସମାପ୍ତ ହୋଇଥିଲା l ଗୁରୁ ତତ୍ତ୍ୱ, ଗୁରୁ ପରମ୍ପରା ତଥା ଗୁରୁ ଶିଷ୍ୟର ସମ୍ପର୍କ ଆଦି ପୁରାତନ ସଂସ୍କୃତିକୁ ବଞ୍ଚାଇବା ଓ ଆଜିର ସମାଜରେ ଏହାର ଆବଶ୍ୟକତାକୁ ଦେଖି ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ଏବେ ଓଡିଶାର ବିଭିନ୍ନ ସ୍ଥାନରେ ଗଢିଉଠିଲାଣି I ବାରିପଦାରେ ମଧ୍ୟ ଗତ ଅଗଷ୍ଟ ୧୨ ତାରିଖରେ ଉକ୍ତ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ଦୁଇଟି ପୂଜ୍ୟ ଗୁରୁଜୀ ଡ଼ଃ ଚନ୍ଦ୍ରଭାନୁ ଶତପଥୀଙ୍କ କରକମଳରେ ଉଦଘାଟିତ ହୋଇଥିଲା l ଏହି ଟୁଙ୍ଗୀରେ ପ୍ରତି ସନ୍ଧ୍ୟାରେ ଶ୍ରୀ ଗୁରୁ ଭାଗବତ ପରାୟଣ ସହ ଛୋଟ ଛୋଟ ପିଲାଙ୍କୁ ଛଉ ନାଚ, ସଂଗୀତ ଶିକ୍ଷା ସହ ତବଲା, ହରମୋନିୟମ ବାଦ୍ୟ ଯନ୍ତ୍ର ଚଳନର ଶିକ୍ଷା ଦିଆଯାଉଛି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ