ବାରିପଦା ପୌରପାଳିକା ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ:ରେକର୍ଡ ସଂଖ୍ୟକ ୬୫୦ ୟୁନିଟ ରକ୍ତ ସଂଗୃହିତ

Sep 1, 2025 - 19:27
 0  7
ବାରିପଦା ପୌରପାଳିକା ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ:ରେକର୍ଡ ସଂଖ୍ୟକ ୬୫୦ ୟୁନିଟ ରକ୍ତ ସଂଗୃହିତ

ବାରିପଦା- ବାରିପଦା ପୌରପାଳିକା ପକ୍ଷରୁ ତିନି ଦିନିଆ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ସମାରୋହ ପାଳନ ଅବସରରେ ସୋମବାର ଏକ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ରକ୍ତ ଅଭାବ ଜନିତ ସମସ୍ୟାକୁ ଦୁରୀଭୂତ କରିବା ଲକ୍ଷ୍ୟରେ ପୋୖରପାଳିକା କଲ୍ୟାଣ ମଣ୍ଡପ ପରିସରରେ ଶିବିର ଆୟୋଜନ କରାଯାଇଥିଲା। ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ପୌରହିତରେ ଆୟୋଜିତ ରକ୍ତଦାନ ଶିବିରରେ ଅତିଥି ଭାବେ ବାରିପଦା ଉପ ଜିଲ୍ଲାପାଳ ଡ଼ଃ ଦୟାସିନ୍ଧୁ ପରିଡା ଓ ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ ମହାନ୍ତି ଯୋଗ ଦେଇ ଉଦଘାଟିତ କରିଥିଲେ। ରକ୍ତଦାନ ଶିବିରରେ ସମୁଦାୟ ୬୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଯାହାକି ଗତ ୪ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ହୋଇଛି। ସେଥି ମଧ୍ୟରେ ଅନେକ ସଂଖ୍ୟକ ମହିଳା ମାନେ ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି। ରକ୍ତଦାନ ଶିବିରକୁ ଉତ୍ସାହିତ କରିବା ପାଇଁ ବାରିପଦା ଉପ ଜିଲ୍ଲାପାଳ ଡ଼ଃ ଦୟାସିନ୍ଧୁ ପରିଡା, ବାରିପଦା ତହସିଲଦାର ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସପନ କୁମାର ସାହୁ, ୱାଟକୋ ସାଧାରଣ ପରିଚାଳକ ଗୁଲଶନ ସାହୁ, ଉପ ନଗରପାଳ ସୀମା ଦାସ, କାଉନସିଲର ଦିଗବିଜୟ ହାଁସଦା, ପୂଜା ତରେଇ, ଶିବଶଙ୍କର ପାତ୍ର ରକ୍ତଦାନ କରିଛନ୍ତି। ଏଥି ସହିତ ସ୍ୱେଚ୍ଛାକୃତ ଭାବେ ଗୋଟିଏ ପରିବାର ସ୍ୱାମୀ ଅମିତ ମହାପାତ୍ର ଓ ସ୍ତ୍ରୀ ରିତା ମହାନ୍ତି ଏବଂ ମା ମଧୁସ୍ମିତା ନାୟକ ଓ ଝିଅ ଆଦ୍ୟାଶା ନାୟକ ରକ୍ତଦାନ କରିଛନ୍ତି। ନଗରପାଳ ଶ୍ରୀ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ବାରିପଦା ପୌରାଞ୍ଚଳର ୨୮ଗୋଟି ୱାର୍ଡର ଜନସାଧାରଣ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ। ବାରିପଦା ରକ୍ତ ଭଣ୍ଡାରର ଡା ସୌମ୍ୟରଞ୍ଜନ ନାୟକ, ଡା ନିଲେଶ ଦାସ, ଡା ଭାଗ୍ୟଶ୍ରୀ ନାୟକ ଏବଂ ଉଦଳା ରକ୍ତ ଭଣ୍ଡାରର ଡା ଖଗେଶ୍ବର ସିଂ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗୃହୀତ କରିଥିଲେ। ରେଡ଼କ୍ରସ ଆଜୀବନ ସଦସ୍ୟ ସମାଜସେବୀ ଅମର ସେଠି ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ଶିବିରରେ ଡିଭାଇନ ଇଞ୍ଜିନିୟରିଂ କଲେଜ, ବିଜୁ ପଟ୍ଟନାୟକ ନର୍ସିଂ କଲେଜ, ସାରଦା ଦେବି ନର୍ସିଂ କଲେଜ, ଏମପିକେ ନର୍ସିଂ କଲେଜ, ସାଇ ଆଦର୍ଶ କଲେଜ, ଲିଜେଣ୍ଡ ଅଟୋ ମେଟିକ, ପୋୖର କର୍ମଚାରୀ, ବିଭିନ୍ନ ୱାର୍ଡର ଯୁବକ, ଯୁବତୀ, ମହିଳା, ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନ ମାନେ ଯୋଗ ଦେଇ ରକ୍ତଦାନ କରିଛନ୍ତି। ସମସ୍ତ ୱାର୍ଡ କାଉନସିଲର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସମସ୍ତଙ୍କ ସହଯୋଗରେ ମେଗା ରକ୍ତଦାନ ଶିବିର ସଫଳ ହୋଇଛି। ସୂଚନା ଯୋଗ୍ୟ ଯେ, ନୂତନ ପରିଷଦ ଗଠନ ହେବା ପରେ ସ୍ୱାୟତ ଶାସନ ଦିବସ ରକ୍ତଦାନ ଶିବିରରେ ୨୦୨୨ରେ ୩୨୩ୟୁନିଟ, ୨୦୨୩ରେ ୪୦୭ୟୁନିଟ, ୨୦୨୪ରେ ୪୬୩ୟୁନିଟ ସଂଗୃହିତ ହୋଇଥିଲା। ଚଳିତ ବର୍ଷ ସର୍ବାଧିକ ୬୫୦ ୟୁନିଟ ରକ୍ତ ସଂଗୃହିତ ହୋଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ