।। ବାରିପଦା ଉପକଣ୍ଠ ଢ଼ାବା ରୁ ଜଣେ ମୁକ ଓ ବଧିର ଦିବ୍ୟାଙ୍ଗ ନାବାଳକ ଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ ମାନଙ୍କ ଦ୍ଵାରା ଉଦ୍ଧାର ।।

Jun 27, 2024 - 20:43
 0  28
।। ବାରିପଦା ଉପକଣ୍ଠ ଢ଼ାବା ରୁ ଜଣେ ମୁକ ଓ ବଧିର ଦିବ୍ୟାଙ୍ଗ ନାବାଳକ ଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ ମାନଙ୍କ ଦ୍ଵାରା ଉଦ୍ଧାର ।।

୨୭ ତାରିଖ ଗୁରୁବାର ସକାଳ ସମୟରେ ବାରିପଦା ସହର ଉପକଣ୍ଠ ଏକ ଢ଼ାବା ରୁ ଜଣେ ମୁକ ଓ ବଧିର ଦିବ୍ୟାଙ୍ଗ ନାବାଳକ ଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ର ଅଧିକାରୀ ମାନେ ଉଦ୍ଧାର କରିଛନ୍ତି। ଅଧିକାରୀ ମାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ରାତିରେ କେହି ଜଣେ ଅଜଣା ବ୍ୟକ୍ତି କିମ୍ବା ପରିବାରର ସଦସ୍ୟ ଦିବ୍ୟାଙ୍ଗ ଜଣଙ୍କୁ ଢ଼ାବା ରେ ଏକୁଟିଆ ଛାଡି ଚାଲିଯାଇଛନ୍ତି ବୋଲି ଢ଼ାବା କର୍ମଚାରୀ ମାନେ ପ୍ରାଧିକରଣ କାର୍ଯ୍ୟାଳୟ ଅଧିକାରୀ ମାନଙ୍କୁ ଗୁରୁବାର ସକାଳ ସମୟରେ ଖବର ଦେଇଥିଲେ। ଖବର ପାଇ ଅଧିକାରୀ ମାନେ ତୁରନ୍ତ ଉକ୍ତ ଢ଼ାବା ରେ ପହଞ୍ଚି ଥିଲେ। ଢ଼ାବା କର୍ମଚାରୀ ପିଲା ଟିକୁ ରାତିରେ ଖାଇବାକୁ ଦେବା ସହିତ ଶୋଇବା ବ୍ୟବସ୍ଥା ମଧ୍ୟ କରିଥିଲେ ବୋଲି ଜାଣିବାକୁ ପାଇଥିଲେ। ତେବେ ନାବାଳକ ଙ୍କ ପରିଚୟ ବିଷୟରେ ପଚାରିବାରୁ ଢ଼ାବା କର୍ମଚାରୀ ନିରୁତ୍ତର ଥିଲେ। ଅଧିକାରୀ ମାନେ ନାବାଳକ ଙ୍କୁ ତାଙ୍କ ପରିଚୟ ତଥା ଏଠାକୁ କିପରି ଆସିଲେ ସେ ସମ୍ପର୍କ ରେ ସୂଚନା ପାଇବା ପାଇଁ ଯେତେବେଳେ ନାବାଳକ ଙ୍କୁ ପଚରା ଉଚୁରା କରିଥିଲେ ସେତେବେଳେ ନାବାଳକ ଜଣକ ମୁକ ବଧିର ବୋଲି ଜାଣିବାକୁ ପାଇଥିଲେ। ତେବେ ବହୁ କଷ୍ଟରେ ନାବାଳକ ଜଣକ ନିଜ ନାମ ଶୋନିଆ ସିଂ ବୋଲି ଜାଣିବାକୁ ପାଇଥିଲେ। ତେବେ କୌଣସି ପରିଚୟ ପତ୍ର ନଥିବାରୁ ସୋନିଆ ଙ୍କୁ ପ୍ରାଧିକରଣ ଅଧିକାରୀ ମାନେ ସିଡବ୍ଲୁସି କାର୍ଯ୍ୟାଳୟ କତ୍ତୃପକ୍ଷ ଙ୍କ ତତ୍ବାବଧାନରେ ସୁରକ୍ଷିତ ରହିବାର ବନ୍ଦୋବସ୍ତ କରିଥିବା ସୂଚନା ମିଳିଛି। ଖବର ପାଇ ତାଙ୍କ ପରିଚିତ ତଥା ପରିବାର ଲୋକ ସୋନିଆ ଙ୍କୁ ଉପଯୁକ୍ତ ପରିଚୟ ଦେଇ ସିଡବ୍ଲୁସି କାର୍ଯ୍ୟାଳୟ ରୁ ନେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ର ଅଧିକାରୀ ନିବେଦନ କରିଛନ୍ତି ।

ବାରିପଦାରୁ ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ