ବାଇକ ସହ ପିକଅପ ଭ୍ୟାନ ଧକା l ଦୁଇ ବାଇକ ଆରହି ଗୁରୁତର l

Nov 8, 2024 - 16:28
 0  10
ବାଇକ ସହ ପିକଅପ ଭ୍ୟାନ ଧକା l ଦୁଇ ବାଇକ ଆରହି ଗୁରୁତର l

କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସ୍ଥିତ 26 ନଂ ଜାତୀୟ ରାଜପତ ବାଙ୍ଗୁରୁଗୁଡ଼ା ଛକ ନିକଟରେ ଏକ ବାଇକ ସହ ଲୁହା ଚୋଡ଼ ବଜେଇ ପିକଅପ ଭ୍ୟାନ୍ ଧକା ହୋଇଥିଲା l ଫଳରେ ଦୁଇଜଣ ବାଇକ ଆରହି ଗୁରୁତର ହାଇଥିବା ଦେଖିବାକୁ ମିଳିଛି l ବାଇକ ଚାଳକଙ୍କୁ ଡାହାଣ ଗଡ଼ ବାଙ୍ଗି ଯାଇଥିବା ବେଳେ ପଛରେ ବସିଥିବା ବ୍ୟକ୍ତିଙ୍କୁ ମୁଣ୍ଡରେ ମାଡ଼ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ମୁତାବକ ପଟାଙ୍ଗୀ ଥାନା ଅନ୍ତର୍ଗତ ମୂଳାଗୁଡ଼ା ଗ୍ରାମର ନରେନ୍ଦ୍ର ଗେମେଲ ଓ ପ୍ରଫୁଲ ପାଙ୍ଗି ନାମକ ଦୁଇ ଜଣ ବ୍ୟକ୍ତି ଏକ ହିର ମଟର ସାଇକଲ ଜଗେ ସେମିଳିଗୁଡ଼ା ଅଭିମୁକେ ଯାଉଥିବା ବେଳେ ଏକ ପିକଅପ ଭ୍ୟାନ ବାଙ୍ଗୁରୁ ଗୁଡ଼ା ରାସ୍ତାରୁ ମେନ ରୋଡକୁ ସଂଯୋଗ କରୁଥିବା ସମୟରେ ଧକା ହୋଇଥିଲା l ଦୁଇ ଗାଡ଼ିର ଧକାରେ ବାଇକ ଚାଳକର ଗଡ଼ ଭାଙ୍ଗି ଯାଇଥିବା ବେଳେ ସ୍ଥାନୀୟ ଲୋକ ଆସି ବାଇକ ଚାଳକ ନରେନ୍ଦ୍ର ଗେମେଲ ଓ ପ୍ରଫୁଲ ପାଙ୍ଗି ନାମକ ବ୍ୟକ୍ତିଙ୍କୁ ଏକ ଅଟୋ ଯୋଗେ ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି l

 ସେମିଳିଗୁଡ଼ା ଠାରୁ ଦେବେନ୍ଦ୍ର ଖିଲ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ