ବହୁ ବିଶେଷଜ୍ଞ ଚିକିତ୍ସା ଶିବିର କୁ ନେଇ ମୁଖ୍ୟ ରାସ୍ତା ଅବରୋଧ କଲେ

ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତ ର ଫଟକି ମହୁଲ ଛକ ଠାରେ ବାଫାଲା ମାଳି ମାଇନେସ ବିସ୍ଥାପିତ ବାସୀ ରାସ୍ତା ଅବରୋଧ କରିଥିଲେ l ସ୍ୱାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ଭୋଳି ଅନେକ ସମସ୍ୟା କୁ ନେଇ ବାରମ୍ବାର ଲିଖିତ ଅଭିଯୋଗ କଲେ ବି କିଛି ସୁଫଳ ମିଳୁନି l ଉତ୍କଳ ଆଲୁମିନା ବିସ୍ଥାପିତ ଅଞ୍ଚଳକୁ ବିକାଶ କରିବା ଯେଉଁ ପ୍ରତିଶୃତି ଦେଇ ବାଫାଲା ମାଳି ମାଇନେସ ବକ୍ସାଇଟ ଖଣନ କରିବା ଆରମ୍ଭ କରିଥିଲା l ପ୍ରତିଶୃତି ସବୁ ପାଣିର ଗାର ହୋଇଛି ବୋଳି ଅଞ୍ଚଳ ରେ ଚର୍ଚ୍ଚା ହେଉଛି l ବାରମ୍ବାର କମ୍ପାନୀ କୁ ସମସ୍ୟାର ଅଭିଯୋଗ ଓ ନିଯୁକ୍ତି ପାଇଁ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କଲେ ବି କେହି କର୍ଣ୍ଣ ପାତ କରୁନାହାନ୍ତି ବୋଳି ଜନତା ପ୍ରକାଶ କରିଥିଲେ l କିଛି ସମାଧାନ ନ କରି କମ୍ପାନୀ ର ଅଫିସର ବାବୁ ସବୁ ପୁଲିସ ମୁତୟନ ସହ ଫେରିଗଲେ l ବିସ୍ଥାପିତ ଅଞ୍ଚଳ ର ବିକାଶ ପାଇଁ ଯେଉଁ ଯୋଜନା ଆବଶ୍ୟକ ତାହା କରାଯିବା ପାଇଁ ଓ ଯେଉଁ ଅଭିଯୋଗ ହେଉଛି ତାହା ପୂରଣ କରିବା ସାଧାରଣ ରେ ଦାବି ହେଉଛି l କେବେ ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା l ଏହାକୁ ନେଇ କଣ କହୁଛନ୍ତି ଶୁଣିବା ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?






