।। ବରୀରେ ପହଞ୍ଚିଲା ଓଡ୍ରାଫ ଟିମ୍ ।।

Oct 24, 2024 - 08:52
 0  158
।। ବରୀରେ ପହଞ୍ଚିଲା ଓଡ୍ରାଫ ଟିମ୍ ।।

ବରୀ ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଯେଉଁ ନିର୍ଦେଶନାମା ଜାରି କରାଯାଇଛି। ସେହି ଆଧାରରେ ବରୀ ବ୍ଲକ ପ୍ରଶାସନ ବାତ୍ୟା ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ବରୀ ବିଡିଓ ପଞ୍ଚାନନ ମଲ୍ଲିକ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ ଏହି ବୈଠକରେ ଏହାର ଆଶୁ ପଦକ୍ଷେପ ନେବାକୁ ଆଲୋଚନା କରିଥିଲେ । ଏକ ୨୪ ତାରିଖ ଦିନ ସକାଳୁ ପ୍ରବଳ ବର୍ଷା ଓ ୨୫ ତାରିଖ ଦିନ ବାତ୍ୟା ଉପକୂଳ ଛୁଇଁବା ଆଶଙ୍କା ଥିବାରୁ ବ୍ଲକ ସ୍ତରୀୟ ସମସ୍ତ ବିଭାଗିୟ ଅଧୁକାରି ମାନେ ସତର୍କ ରହିବାକୁ ବିଡ଼ିଓ ନିର୍ଦ୍ଦେଶ ଦେଇଛନ୍ତି। ବରୀ ବ୍ଲକରେ ଥିବା ମୋଟ ଉପରେ ଗୋଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇ ପାନୀୟ ଜଳ, ସାନିଟେସନର ବ୍ୟବସ୍ଥା, ଶୁଖୁଲା ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି। ଏପରି କି ଯୋଗାଣ ଅଧ୍କାରୀଙ୍କୁ ଶୁଖ୍ଲା ଖାଦ୍ୟ, ମହମବତୀ, ଦିଆସିଲି, କିରୋସିନି ଆଦି ମହଜୁଦ ରଖୁବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ କାଲି ସନ୍ଧ୍ୟା ସୁଦ୍ଧା ଗର୍ଭବତୀ ମହିଳା ଓ ଶାରୀରିକ ଭିନ୍ନକ୍ଷମ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ବୋଲି ବରୀ ବିଡିଓ କହିଛନ୍ତି ଆଜି ବରୀ ବ୍ଲକ ପରିସରରେ ଗୋଟେ ଓଡ୍ରାଫ୍ ଟମ୍ ପହଞ୍ଚୁଛି ଏ ନେଇ ଓଡ୍ରାଫ୍ ଟମ୍ ସଂପୁନ ପ୍ରସ୍ତୁତ ଥିବା କଥା ଓଡ୍ରାଫ ଅଧିକାରୀ ସରୋଜ କୁମାର ମଲ୍ଲିକ କହିଛନ୍ତି ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳୀରେ ଓଆରଏସ୍, କ୍ଲୋରିନ୍‌ ବଟିକା, ଅତ୍ୟାବଶ୍ୟକ ଔଷଧ ସମାଗ୍ରୀ ମହଜୁଦ ରଖୁବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ବିଡ଼ିଓ ତାଗିଦ୍ କରିଛନ୍ତି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ