ବରଗଡ଼ ରୁ ନୂଆପଡ଼ା ରେଳ ଚଳାଚଳ କୁ ମିଳିଲା ରେଳ ମଞ୍ଜୁରୀ

Aug 28, 2024 - 20:49
 0  18
ବରଗଡ଼ ରୁ ନୂଆପଡ଼ା ରେଳ ଚଳାଚଳ କୁ ମିଳିଲା ରେଳ ମଞ୍ଜୁରୀ

"ପୂର୍ବୋଦୟ ରୁ ଭାରତ ର ବିକାଶ" ମୋଦି ଜୀ ଙ୍କ ଏହି ସଂକଳ୍ପ ହୋଇଛି ଆଜି ସାକାର, ବିକଶିତ ଓଡ଼ିଶା ର ପୃଷ୍ଠା ରେ ଯୋଡି ହୋଇଛି ଆମୋ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା । ପୂର୍ବତନ ସାଂସଦ ସ୍ବର୍ଗତ ବିକ୍ରମ କେଶରୀ ଦେଓ ଏବଂ ପୂର୍ବତନ ସାଂସଦ କୁମାର ସାହେବ ଶ୍ରୀ ଅର୍କ କେଶରୀ ଦେଓ ଜୀ ଙ୍କ ବହୁ ସମୟ ର ପ୍ରଚେଷ୍ଟା ଆଜି ସଫଳ ହୋଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବ ଜୀ ଙ୍କ ଅନୁମୋଦନ କ୍ରମେ ଆଜି ବରଗଡ଼ ରୁ ନୂଆପଡ଼ା କୁ 138 କିମି ବିଶିଷ୍ଟ ତଥା 2926 କୋଟି ଟଙ୍କା ବିନିମୁଲ୍ୟ ରେ ରେଳ ଚଳାଚଳ ସମ୍ଭବ ହୋଇଛି । ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଜୀ ଙ୍କ ମିଳିତ ସହଯୋଗ ରେ ଆଜି ନୂଆପଡ଼ା ବାସୀ ଏକ ସହାୟକପୂର୍ଣ୍ଣ ବିକାଶ ର ଭାଗିଦାର ହୋଇପାରିଛନ୍ତି । ଆମ ଦାବି କୁ ଗ୍ରହଣ କରି ଏହି ଐତିହାସିକ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଙ୍କୁ ସହୃଦୟ ରୁ କୋଟି କୋଟି ଧନ୍ୟବାଦ ଜ୍ଞାପନ ଜଣାଇଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ