।। ବଉଳ କଣ୍ଡୁରୀ ସ୍କୃତି ପରିଷଦ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳିତ ।।

Jul 24, 2024 - 21:12
 0  77
।। ବଉଳ କଣ୍ଡୁରୀ ସ୍କୃତି ପରିଷଦ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳିତ ।।

ବରୀ ତା ୨୩/୨୪ ରିଖ ବଉଳ, କଣ୍ଡୁରୀ ସ୍ମୁତି ପରିଷଦ ଟ୍ରଷ୍ଟର ବାର୍ଷିକ ଉତ୍ସବ ବରୀ ରମାଦେବୀ ଆଶ୍ରମରେ ଗୋବିନ୍ଦ ଚନ୍ଦ୍ର ଫାରକଙ୍କ ସଭାପତିତ୍ଵରେ ଆଜିର ସମାଜରେ ବାପା ମାଙ୍କ ଆବଶ୍ୟକତା ଉପରେ ଏକ ଆଲୋଚନା ଚକ୍ର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ନବକାଳଳୀର ସମ୍ପାଦକ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ରପ୍ରସାଦ ତ୍ରିପାଠୀ ଉଦଘାଟକଭାବେ ଯୋଗଦେଇଥିଲେ ମୋ ମା ୨ ପତ୍ରିକାକୁ ଉନ୍ମୋଚନ କରିଥିଲେ l ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ବାହାଦୂର ପାଟସାହାଣୀ ମୁଖ୍ୟଅତିଥି , ପ୍ରାଚୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲିପ କୁମାର ସେନାପତି ମୁଖ୍ୟବକ୍ତା ଭାବେ ଯୋଗଦେଇ ବଉଳ, କଣ୍ଡୁରୀ ସ୍ମୁତି ପରିଷଦ ଟ୍ରଷ୍ଟର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ, ନାଟ୍ୟକାର ଅଭୟ ଶତପଥି, ସମାଜସେବୀ ସତ୍ୟରଞ୍ଜନ କର , ଶିକ୍ଷାବିତ କୁଞ୍ଜ ବିହାରୀ ଦାଶ, ସାହିତ୍ୟିକ ସତ୍ୟ ପ୍ରକାଶ କର, କବି ନାରାୟଣ ରଥ ସମ୍ମାନନୀୟ ଅତିଥିଭାବେ ଯୋଗଦେଇ ଆଜିର ସମାଜରେ ବାପା ମାଙ୍କ ଆବଶ୍ୟକତା ଉପରେ ଏକ ଆଲୋଚନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ନୀରଦ ଚନ୍ଦ୍ର ଜେନା ସ୍ୱାଗତଅଭିଭାଷଣ ଦେଇଥିବା ବେଳେ କୌଶଲ୍ୟା ବେଉରିଆ ଅତିଥି ପରିଚୟକରିଥିଲେ l ପାଞ୍ଚଜଣ ଭିନ୍ନକ୍ଷମ ଶିଶୁଙ୍କୁ ଉତ୍ତରୀୟ ୫୦୦ଟଙ୍କା ଏବଂ ଫୁଲତୋଡା ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଦୀପାଳି ସାହୁ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ସ୍ମୃତି ଶତାବ୍ଦୀ ଜେନା ଆକର୍ଷଣୀୟ ସ୍ୱାଗତନୃତ୍ୟ ପରିବେଷଣ କରିଥିଲେ l ଶ୍ରୀ ଅନୀଲ କୁମାର ବିଶ୍ଵାଳ ମଞ୍ଚ ସଂଯୋଜନା କରିଥିବା ବେଳେ ଗୌରାଙ୍ଗ ଚରଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରଥମ ଅଧିବେଶନରେ ସତ୍ୟପ୍ରକାଶ କରଙ୍କ ସଭାପତିତ୍ଵ ଏବଂ ବନ୍ଦନା ସାମଲ ଓ ଲକ୍ଷ୍ମୀପ୍ରିୟା ରାଉତଙ୍କ କବିତା ସଂଯୋଜନାରେ ଶତାଧିକ କବି କବିତା ପାଠା କରିଥିଲେ ଏବଂ କବିମାନଙ୍କୁ ଉତ୍ସାହିତ କରିବା ପାଇଁ ଉତ୍ତରୀୟ ଓ ପ୍ରମାଣପତ୍ରଦିଆ ଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ପ୍ରେମଲତା ଦେଉରିଆ, ଶାନ୍ତିଲତା ରଣା , ସବିତା ରଥ , ଝରଣା ମଲ୍ଲିକ, ନରୋତ୍ତମ ସାହୁ,କବି କୁମାର ସରୋଜ, ପଙ୍କଜିନୀ ଉପାଧ୍ୟାୟ , ମିନତି ଦାଶ , ଗୋମତୀ ପଣ୍ଡା , ଅନୀଲ ବିଶ୍ଵାଳ, ହେମନ୍ତ କୁମାର ସାହୁ , ଜୟନ୍ତି ହୋତା, ତିଳୋତ୍ତମା ବିଶ୍ଵାଳ, ଅପର୍ତ୍ତି ସେଠୀ , ଅଞ୍ଜଳୀ ନାୟକ , ସୀମା ମିଶ୍ର , ସୁଧାଂଶୁ ମିଶ୍ର , ଗୀତଞ୍ଜଳୀ ପୃଷ୍ଟି , ଚୈତନ୍ୟ ରାଉତ , ହରେକୃଷ୍ଣ ଜୋନା , ଗୌରାଙ୍ଗ ଚରଣ ଜେନା , ଶୁକଦେବ ପାତ୍ର , କୌଶଲ୍ୟା ବେଉରିଆ , ପ୍ରମୋଦ କୁମାର ସାମଲ , ନୀଳମଣି ପ୍ରଧାନ ଇତ୍ୟାଦି ସ୍ଵରଚିତ କବିତା ପାଠ କରି ଉତ୍ସବ କୁ ସରସ ସୁନ୍ଦର କରିଥିଲେ । ବନାନୀ ଜେନା, ନିରୁପମା ଜେନା , ଅନୁସୂୟା ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

। ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ